ବଡମାଲ ପଞ୍ଚାୟତରେ ଜନସମ୍ପର୍କ କାର୍ଯ୍ୟକ୍ରମ ; ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବାଣ୍ଟିଲେ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା, ୨୧ ଜୁନ୍ (ହି.ସ.)- ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମପଞ୍ଚାୟତ ପରିସରରେ ଆଜି ଏକ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ
Public relations program


ଝାରସୁଗୁଡ଼ା, ୨୧ ଜୁନ୍ (ହି.ସ.)- ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମପଞ୍ଚାୟତ ପରିସରରେ ଆଜି ଏକ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସାଧାରଣ ଜନତାଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଜନସାଧାରଣଙ୍କ ସହ ସ୍ପଷ୍ଟ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ବୁଝିଥିଲେ।ଏହି ଅବସରରେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଧାୟକ ଶ୍ରୀ ତ୍ରିପାଠୀ ଗ୍ରାମପଞ୍ଚାୟତର ୧୮ ଜଣ ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରିଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ଅଞ୍ଚଳରେ ‘ବିକାଶ ଧାରା, ଓଡ଼ିଶା ସାରା’ ଭଳି କାର୍ଯ୍ୟକ୍ରମ ମାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଯୋଗାଣ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande