ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଉତ୍ସାହର ସହିତ ପାଳନ ହେଲା ଯୋଗ ଦିବସ
ବଲାଙ୍ଗିର 1 ଜୁନ୍ (ହି.ସ.):ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱ
ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଉତ୍ସାହର ସହିତ ପାଳନ ହେଲା ଯୋଗ ଦିବସ


ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଉତ୍ସାହର ସହିତ ପାଳନ ହେଲା ଯୋଗ ଦିବସ


ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଉତ୍ସାହର ସହିତ ପାଳନ ହେଲା ଯୋଗ ଦିବସ


ବଲାଙ୍ଗିର 1 ଜୁନ୍ (ହି.ସ.):ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଓ ବରିଷ୍ଠ ଶିକ୍ଷୟତ୍ରୀ ନୂତନ ନାୟକ ଯୋଗର ଆବଶ୍ୟକତା ଓ ଦୈନନ୍ଦିନ ଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସେମାନେ ଯୋଗକୁ ସୁସ୍ଥ ଜୀବନଶୈଳୀ ର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାପାଇଁ ଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ।କ୍ରୀଡା ଶିକ୍ଷୟତ୍ରୀ ଦୀପ୍ତିମୟୀ ବେହେରା ଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ।ସେ ତାଡାସନ, ଶବାସନ,ଭୁଜଙ୍ଗାସନ,ବଜ୍ରାସନ, ପଦ୍ମାସନ,ସୂର୍ଯ୍ୟନମସ୍କାର ପ୍ରମୁଖ ଆସନ ର ପ୍ରଦର୍ଶନ କରି ସେଗୁଡିକ ଶରୀରକୁ ସୁସ୍ଥ,ସୁଦୃଢ ଓ ନମନୀୟ ରଖିବାରେ କିପରି ସହାୟକ ହୁଏ ସେ ବିଷୟରେ ବୁଝାଇଥିଲେ।ସେହିପରି ଅନୁଲୋମ-ଵିଲୋମ,କପାଳଭାତି ଓ ଭ୍ରାମରୀ ପ୍ରାଣାୟାମ ର ଅଭ୍ୟାସ କରାଇ ଏହା ମାନସିକ ଚାପ ହ୍ରାସ କରିବା,ଏକାଗ୍ରତା ବୃଦ୍ଧି କରିବା ଓ ଶ୍ୱାସକ୍ରିୟା କୁ ସୁଦୃଢ କରିବାରେ ସହାୟକ ବୋଲି କହିଥିଲେ।ଦଶମ ଶ୍ରେଣୀ ଛାତ୍ରୀ ତପସ୍ୱିନୀ ନାଏକ ମଧ୍ୟ ବିଭିନ୍ନ ଯୋଗାସନ ର ପ୍ରଦର୍ଶନ କରି ସହପାଠୀ ମାନଙ୍କୁ ଯୋଗର ଗୁରୁତ୍ୱ ବୁଝାଇଥିଲେ।ଏହି ଅବସରରେ ସୁସ୍ଥ ଜୀବନଯାପନ ଓ ନିୟମିତ ଯୋଗାଭ୍ୟାସ ପାଇଁ ସେ ସମସ୍ତ ଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସ ର ବାର୍ତ୍ତା ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଙ୍କ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଦତ୍ତ ବାର୍ତ୍ତା କୁ ବିଦ୍ୟାଳୟ ର ଶିକ୍ଷକ ହରି ଖେତୀ ପାଠ କରି ଶୁଣାଇଥିଲେ।ଯୋଗକୁ ଜନ ଆନ୍ଦୋଳନ ରେ ପରିଣତ କରି ସୁସ୍ଥ ଓ ସଶକ୍ତ ଭାରତ ଗଠନର ଆହ୍ୱାନ ଏହି ବାର୍ତ୍ତା ରେ ପ୍ରତିଫଳିତ ହୋଇଥିଲା।କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଛାତ୍ରୀ ଉତ୍ସାହ ର ସହ ଅଂଶଗ୍ରହଣ କରିଥିଲେ।ଶେଷରେ ଯୋଗ ଦିବସ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande