ବିଶ୍ୱ ଯୋଗ, ସଙ୍ଗୀତ ଓ ପିତୃ ଦିବସ ଏବଂ କବି ଭାବଗ୍ରାହୀଙ୍କ ଜୟନ୍ତୀ ପାଳିତ
କବି ଭାବଗ୍ରାହୀ ରଚିତ ଯାଦୁକରୀ ସଙ୍ଗୀତରେ ସଭିଏଁ ବିଭୋର କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷ
ବିଶ୍ୱ ଯୋଗ ,ସଙ୍ଗୀତ ଓ ପିତୃ ଦିବସ ଏବଂ କବି ଭାବଗ୍ରାହୀଙ୍କ ଜୟନ୍ତୀ ପାଳିତ


କବି ଭାବଗ୍ରାହୀ ରଚିତ ଯାଦୁକରୀ ସଙ୍ଗୀତରେ ସଭିଏଁ ବିଭୋର

କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବିଶ୍ୱ ଯୋଗ ଓ ସଙ୍ଗୀତ ଦିବସ ସମେତ ଲୋକକବି ଭାବଗ୍ରାହୀ ପରିଡ଼ାଙ୍କ ପୁଣ୍ୟ ୧୦୨ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କଳା ନିକେତନ ଓ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି, ଫୋରଡ ବାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ ମୁଖ୍ୟବକ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ବରାଳ ଏବଂ ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶ୍ୱ ଯୋଗ ଏବଂ ସଙ୍ଗୀତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିବା ସହିତ ଲୋକକବି ଭାବଗ୍ରାହୀ ପରିଡ଼ାଙ୍କ କାଳଜୟୀ ସୃଷ୍ଟି ସମ୍ଭାର ବିଷୟରେ ଆଲୋଚନା କରି କବିଙ୍କୁ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶିଷ୍ଟ ଗାୟିକା ନିରୁପମା ଜେନା ଏବଂ ସାଥି କଳାକାରମାନେ ବିମଳ ପରିଡ଼ାଙ୍କ ରଚିତ ଓ ନିର୍ଦ୍ଦେଶିତ ଆବାହନୀ ଏବଂ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଭାବ ସମ୍ରାଟ କବି ଭାବଗ୍ରାହୀ ପରିଡ଼ା, କବି ପତ୍ନୀ ସରୋଜିନୀ ପରିଡ଼ା, ଚିର ସବୁଜ ଅକ୍ଷୟ ମହାନ୍ତି ଏବଂ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ପଣ୍ଡିତ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟିତ କରି କବି ଭାବଗ୍ରାହୀଙ୍କୁ ଏକାଧାରରେ ଜଣେ ଯଶସ୍ୱୀ କବି, ସୁଲେଖକ, ସାହିତ୍ୟିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ଚିତ୍ରକର, ଅଭିନେତା ଏବଂ ଜଣେ ସରଳ ମିଷ୍ଟଭାଷୀ ଆଧ୍ୟାତ୍ମିକ ତଥା ଗାନ୍ଧୀବାଦୀ ମଣିଷ ଭାବରେ ଅଭିହିତ କରିଥିଲେ। ମୁଖ୍ୟବକ୍ତା ହୃଷୀକେଶ ଦାସ ମଣିଷ ଜୀବନରେ ଯୋଗ ଓ ସଙ୍ଗୀତର ପ୍ରଭାବ ଏବଂ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ସକାଳେ ନୃତ୍ୟଗୁରୁ ତପନ ତରାଇଙ୍କ ନୃତ୍ୟ ଛାତ୍ରଛାତ୍ରୀମାନେ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଙ୍ଗୀତ ଗୁରୁ ପ୍ରମୋଦ କୁମାର ଦାସ ଏବଂ ବିଶିଷ୍ଟ ଗାୟିକା ନିରୁପମା ଜେନାଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡ଼ା, କବି ଅଶୋକ ସାହୁ, ଅଶୀ ବିଷ୍ଣୁପ୍ରିୟା ସାମଲ, ବିକ୍ରମ କେଶରୀ ସାମଲ, ଶିକ୍ଷାବିତ ଅଜୟ ସ୍ୱାଇଁ, ମହ୍ଲାର ଅର୍କେଷ୍ଟ୍ରାର ରଞ୍ଜନ ବରାଳ, ଆର୍ଡିସିୱାଇଓର ଚିତରଞ୍ଜନ ପ୍ରଧାନ, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ବିକ୍ରମ କେଶରୀ ପରିଡ଼ା, ଗୌରବ ଦାସ, ସନ୍ତୋଷ ଦାସ, ଅଭିଲିପ୍ସା ସାହୁ, ସୃଷ୍ଟି ପ୍ରିୟଦର୍ଶିନୀ, ସ୍ମୃତିରେଖା ପରିଡ଼ା, ଶ୍ୱେତା ପ୍ରିୟଦର୍ଶିନୀ, ପ୍ରୀତିପ୍ରଜ୍ଞା ବିଶ୍ୱାଳ, ପ୍ରତୀକ୍ଷା ନାୟକ, ତେଜସ୍ୱିନୀ ଦାଶ, ନାରାୟଣ ମଲିକ, ରଶ୍ମୀତା ବେହେରା, ଶ୍ରାବଣୀ ନାଥ, ରେଖାଞ୍ଜଳି ଜେନା, ଯାଜ୍ଞସେନୀ ପ୍ରଧାନ, ଦେବସ୍ମିତା ବେହେରା, ବଂଶୀଧର ମହାନ୍ତି, ହାକିମ ବକ୍ସ, ସୁଧାଂଶୁ ଜେନା, ସଙ୍ଗୀତା ନାୟକ, କୈଳାସ ବେହେରା, ଶୁଭ୍ରାଂଶୁ ଆଚାର୍ଯ୍ୟ, ସ୍ମୃତିରଞ୍ଜନ ବିଶ୍ୱାଳ, ସୁରେନ୍ଦ୍ର ରାଉତ୍, ଭାଗବତ ଷଡ଼ଙ୍ଗୀ, ସାହିଲ, ଆଶିଷ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିବା ସହିତ ଲୋକକବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନିରୁପମା ଜେନା କବି ଭାବଗ୍ରାହୀ ଏବଂ ବିମଳ ପରିଡ଼ାଙ୍କ ରଚନାରୁ ଭଜନ ଏବଂ ଦେଶାତ୍ମବୋଧକ ସଙ୍ଗୀତ ଗାଇବା ପରେ ବିମଳ ପରିଡ଼ା ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଭଜନ ଗାଇଥିଲେ। ଆରମ୍ଭରେ ଗୀତିକାର ବିମଳ ପରିଡ଼ା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ନାଟ୍ୟକାର ଭୀମସେନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande