
କେନ୍ଦୁଝର, ୨୧ ଜୁନ୍(ହି.ସ.) – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଝୁମ୍ପୁରା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଇତ୍ୟବସରରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ, ଗୁରୁଜୀ, ଗୁରୁମା ସେବକ, ସେବିକା, ଅଭିଭାବକ, ଅଭିଭାବିକା, ପରିଚାଳନା ସମିତିର ସମସ୍ତ ସଭ୍ୟ ଯୋଗ ଦେଇ ଯୋଗର ଉପକାରିତା ଜାଣିବା ସଙ୍ଗେ ସଙ୍ଗେ ଯୋଗାଭ୍ୟାସ କରିଥିଲେ। ଏହି ଦିବସର ଉଦ୍ଦେଶ୍ୟ, ମହାତ୍ମ୍ୟ ଓ ଶପଥ ପାଠ କୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀପୁକ୍ତ ପୁରୁଜିତ ମୁନି ମହୋଦୟ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ମଧୁସୂଦନ ସାହୁ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶ୍ରୀମତୀ ପ୍ରେମଲତା ପ୍ରଧାନ ଉତ୍ସବଟିକୁ ପରିଚାଳନା କରିଥିଲେ। ଗାୟତ୍ରୀ ପରିବାରର ଝୁମ୍ପୁରା ଖଣ୍ଡ ସେବକ ଶ୍ରୀଯୁକ୍ତ ଅଭିମନ୍ୟୁ ମହାନ୍ତ ଉପସ୍ଥିତ ରହି ଯୋଗାଭ୍ୟାସକୁ ଆଗେଇ ନେଇଥିଲେ। ପରିଚାଳନସମିତିର ସଂପାଦକ ଶ୍ରୀଯୁକ୍ତ ବିନୟ କୁମାର ସାହୁ ଯୋଗ ବିଷୟରେ ଆଲୋକପାତ କରିଥିଲେ। ଆର୍ତତ୍ରାଣ ଗୁରୁଜୀ ଓ ମନୋଜ ଗୁରୁଜୀ କିପରି ଯୋଗ କରିବାକୁ ହେବ ପରିଚାଳନା କରିଥିଲେ। ଶେଷରେ ପରିଚିଳନା ସମିତିର ଉପସଭାପତି ଶ୍ରୀମତୀ ବାସନ୍ତି ବେହେରା ମହୋଦୟା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପବିତ୍ର ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତ ଗୁରୁଜୀ, ଗୁରୁମା, ଶିଶୁ ଭାଇ ଭଉଣୀ, ସେବକ, ସେବିକା ଅଭିଭାବକ, ଅଭିଭାବିକା ଉପସ୍ଥିତ ରହି କାର୍ଯ୍ୟଟିକୁ ସଫଳ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA