
କେନ୍ଦୁଝର, ୨୧ ଜୁନ୍(ହି.ସ.) – ହିନ୍ଦୁ ଜାଗୃତି ମଂଚ ଆନୁକୂଲ୍ୟରେ ଆଜି ସିରିଶିପାଳ ଖେଳ ପଡିଆ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଜିଲ୍ଲା ସହ ସଂଯୋଜକ ନିରଞ୍ଜନ ପଲେଇଙ୍କ ସଂଯୋଜନରେ ଟବରେଣ୍ୟ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅତିରିକ୍ତ ବନଖଣ୍ଡ ଅଧିକାରୀ ସୁରେନ୍ଦ୍ର କୁମାର ହାଁସଦା ଯୋଗର ଉପକରିତା ଯୋଗ ଶରୀରକୁ ସୁସ୍ଥ ରଖିବା ସହିତ ମନକୁ ପ୍ରଫୁଲ୍ଲ ରଖେ ବୋଲି ପରିପ୍ରକାଶ କରି ଥିଲେ। ସନାତନ ସଂସ୍କୃତି ର ଯୋଗ ଏକ ଅଭିଛେଦ୍ୟ ଅଙ୍ଗ ଏହାକୁ ଜସ୍ୱଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ୱରେ ପରିଚିତ କରିଛନ୍ତି ଯାହାକି ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଅଛି ବୋଲି ପ୍ରାନ୍ତ ଉପଦେଷ୍ଟା ଦେବରାଜ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ। ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ କରାଯାଇ ଥିଲା। ପ୍ରବଚିକା କଳ୍ପନା ତ୍ରିପାଠୀ, ଦେବବ୍ରତ ଗିରି, ମିଳନ ନାଏକ, ସଞ୍ଜାୟ ଆପଟ, ପ୍ରଦୀପ ସାହୁ, ସୁଶିଲ ନାଏକ, ସୁମନ୍ତ ସୋରେନ, ପ୍ରାଚୀ ବାରିକ ହିଦୁ। ଜାଗୃତି ମଂଚର କାର୍ଯ୍ୟକର୍ତା ଶିରିଶିପାଲର ଯୁବ ଭାଇମାନେ ଯୋଗ ଦେଇଥିଲେ। ଦେବାଶିଷ ଗିରି ମଂଚ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA