
ଭୁବନେଶ୍ୱର, 21 ଜୁନ (ହି.ସ.) ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏସିଆନ୍ ରିଲେ ଚାମ୍ପିଅନସିପ୍ର 4x100 ମିଟର ମିକ୍ସଡ୍ ରିଲେ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ରିଲେ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ପ୍ରକାଶିତ ଏକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ ଏହି ସଫଳତାକୁ ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ସେ ଖେଳାଳିମାନଙ୍କର ନିଷ୍ଠା, ପରିଶ୍ରମ ଓ ଉତ୍କୃଷ୍ଟ ପ୍ରଦର୍ଶନର ପ୍ରଶଂସା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ନିଜ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, “ଚୀନରେ ଆୟୋଜିତ ଦ୍ୱିତୀୟ ଏସିଆନ୍ ରିଲେ ଚାମ୍ପିଅନସିପ୍ର 4x100 ମିଟର ମିକ୍ସଡ୍ ରିଲେ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ରିଲେ ଦଳକୁ ଅଭିନନ୍ଦନ। ସେମାନେ ଆଗାମୀ ଦିନରେ ମଧ୍ୟ ନିଜ ଖେଳ ଜୀବନରେ ସଫଳତାର ଧାରା ଜାରି ରଖି ଦେଶ ପାଇଁ ଅଧିକ ଗୌରବ ଆଣନ୍ତୁ। ସେମାନଙ୍କ ଭବିଷ୍ୟତ ପାଇଁ ମୋର ଶୁଭେଚ୍ଛା ଓ ଶୁଭକାମନା।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ