
ଜୟପୁର, ୨୧ ଜୁନ୍ (ହି.ସ.)- ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁର ରେ ଯୋଗ ଦିବସ ପାଳିତ ହୋଇଛି । ଜୟପୁର ଲକ୍ଷ୍ମୀ ପଣ୍ଡା ଛକ ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଜୟପୁର ପୌରପରିଷଦ ଓ ବ୍ଲକ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯୋଗ ମହୋତ୍ସବ କମିଟି ପରିଚାଳନା କରିଥିବା ବେଳେ ଏହି ଦିବସରେ ବିଡିଓ ଶକ୍ତି ମହାପାତ୍ର, ପୌର କାର୍ଯ୍ୟନିବାହୀ ଅଧିକାରି ପୁଜା ରାଉତ, ପୌର ଉପାଧ୍ୟକ୍ଷ ବି. ସୁନିତାଙ୍କ ସହ ବ୍ଲକ ଓ ପୌର କର୍ମଚାରି ଉପସ୍ଥିତ ଥିଲୋ ଏହା ସହ ଜୟପୁର ବ୍ଲକର ୨୨ଟି ପଞ୍ଚାୟତ , ପୌରାଞ୍ଚଳର ୨୮ଟି ଓାର୍ଡରେ ଯୋଗ ଦିବସ ପାଳନ କରାଯଇଛି । ସେହିପରି ଜୟପୁର ବ୍ୟାୟାମଶାଳା ଠାରେ ପତାଞ୍ଜଳି ଯୋଗ ସମିତି ତରଫରୁ ଯୋଗ ଦିବସ ପାଳନ କରାଯାଇଛି ଏଠାରେ ଅମ୍ବିକା ରଞ୍ଜନ ପାଣିଗ୍ରାହୀ, ମଦନ ମୋହନ ନାୟକ, କୃଷ୍ଣ ପ୍ରସାଦ ଦୋରା, ଜାନକି ପାଣିଗ୍ରାହୀ, ମଞ୍ଜୁଳା ପାତ୍ର, ବିଜୟ ଜେନା, ଶ୍ରୀକାନ୍ତ ମହାପାତ୍ର, ତ୍ରିପତି ପାତ୍ର, ଯୋଗ ସମିତିର ଜିଲାର ପ୍ରଭାରି ମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ମାନେ ନିୟମିତ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସେହିପରି ଜିଲ୍ଲା ନ୍ୟାୟାଳୟ ପରିସରରେ ଆଜି ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଜଜ୍ ପ୍ରଦୀପ କୁମାର ମହନ୍ତଙ୍କ ତତ୍ୱାବଧାନରେ ଆୟାଜିତ ଏହି ଯୋଗ ଦିବସରେ ଜିଲ୍ଲା ଜଜ୍ସିପ୍ର ସମସ୍ତ ଜଜ୍, କର୍ମଚାରୀ ଏବଂ ଓକିଲ ମାନେ ଯୋଗ ଦେଇ ଯୋଗ ଏବଂ ପ୍ରାଣାୟମ କରିଥିଲେ । ଏହି ଅବସରରେ ଆୟୋଜିତ ଯୋଗ ଶିବିରଟି ଆଜି ସକାଳ ୬.୩୦ମିରୁ ଆରମ୍ଭ ହୋଇ ସକାଳ ୯ଟା ଯାଏଁ ଚାଲିଥିଲା । ଏଥିରେ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ମାନସ କୁମାର ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି ସ୍ୱଂୟ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକାନନ୍ଦା ମହାନ୍ତି, ସିଭିଲ୍ କୋର୍ଟ ରେଜିଷ୍ଟାର୍ ମଧୁସ୍ମିତା ଜେନା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଓ୍ ସୁମିତ୍ରା କୁମାରୀ ଦାସ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରୀ ହରମୋହନ ଦାସ ଏବଂ ଦୀକ୍ଷା ରାଉତରାୟ ପ୍ରମୁଖ ଯୋଗ ଦେଇ ଯୋଗ ସହ ପ୍ରାଣାୟମ, ସୂର୍ଯ୍ୟ ନମସ୍କାର କରିଥିଲେ । ଯୋଗ ଶିବିର ସମାପ୍ତ ପରେ ସମସ୍ତ ଶିବିରାର୍ଥି ମିଳିତ ଭାବେ ଫଳ ଏବଂ ଫଳରସ ସେବନ ପୂର୍ବକ ଓକିଲ ସଂଘ କାର୍ଯ୍ୟାଳୟରେ ଜୀବନରେ ଯୋଗର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ବିଜିରାୟ ଜେନା ଦେଓ, ଉପସଭାପତି ଶରତ ମାଝୀ, ସଂପାଦକ ସହଦେବ ପଟ୍ଟନାୟକ, କୋଷାଧ୍ୟକ୍ଷ ବେଦ ରାମାନୁଜ ପ୍ରସାଦ, ବରିଷ୍ଠ ଆଇନଜୀବୀ ବିରେଶ ପଟ୍ଟନାୟକ, ଶଶି ପଟ୍ଟନାୟକ, ତାରିଣୀ ପାଣିଗ୍ରାହୀ, ତେଜେଶ୍ୱର ପଣ୍ଡା, ସୁଧିର ପାଢ଼ୀ, ରାଜେନ୍ଦ୍ର କୁମାର ଗୌଡ଼, ଜ୍ୟୋତି ରଂଜନ ପୂଜାରୀ ପ୍ରମୁଖ ଭାଗ ନେଇଥିଲେ ।ସେହିପରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ପ୍ରଧାନାଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଯୋଗ ଦିବସ ସହିତ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପତଞ୍ଜଳୀ ଯୋଗ ସମିତିର ଯୋଗ ଶିକ୍ଷିକା ଶ୍ରୀମତୀ ପୁଷ୍ପାଞ୍ଜଳି ରଥ । ସେହିପରି ସଭାକାର୍ଯ୍ୟରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ସଂପାଦକ ବିଜୟ କୁମାର ଭଟ୍ଟ ଏବଂ ସହ ସମ୍ପାଦକ ତପନ କିରଣ ତ୍ରିପାଠୀ ଉପସ୍ଥିତ ଥିଲେ । ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହାପରେ ବିଦ୍ୟାଳୟର ଶିଶୁ ଭଉଣୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ସେଠୀଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା । ସେହିପରି ବିଦ୍ୟାଳୟର ବିଶିଷ୍ଟ ଆଚାର୍ଯ୍ୟ ଅନନ୍ତ ନାରାୟଣ ମହାପାତ୍ର ଯୋଗ ଦିବସର ଉଦ୍ଦେଶ୍ୟ ବିଷୟରେ ଶିଶୁଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ଯୋଗାଭ୍ୟାସର ପ୍ରୋଟୋକୋଲ୍ ଅନୁସାରେ ବିଦ୍ୟାଳୟର ସମସ୍ତ ଶିଶୁ ଓ ଗୁରୁଜୀ ଗୁରୁମାଙ୍କୁ ନେଇ ବିଭିନ୍ନ ଯୋଗମୁଦ୍ରା ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ମହାପାତ୍ର ନିଜର ଉଦ୍ଦେଶ୍ୟ କଥନରେ ଯୋଗାଭ୍ୟାସ କରିବାର ମହତ୍ତ୍ୱ ତଥା ଆଜିର ସମାଜରେ ଏହାର ଆବଶ୍ୟକତା ଓ ବ୍ୟାପକତା ବିଷୟରେ ଶିଶୁଙ୍କ ସମ୍ମୁଖରେ ବ୍ୟାଖ୍ୟା କରିଥିଲେ । ଶ୍ରୀମତୀ ରଥ ଶିଶୁଙ୍କୁ ଯୋଗର ବିଭିନ୍ନ ମୁଦ୍ରାର ଅଭ୍ୟାସ କରିବା ସମୟରେ ତାଙ୍କୁ ସହଯୋଗ କରିଥିଲେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ମନୋରଂଜନ ଦାଶ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ୱ ସଂଗୀତ ଦିବସ ଅବସରରେ ଶିଶୁଙ୍କ ମଧ୍ୟରେ ଗଣଗୀତ ସ୍ପର୍ଦ୍ଧା ଆୟୋଜନ କରାଯାଇଥିଲା । ସେହିପରି ଶିଶୁ ଭାଇ ଭଉଣୀମାନଙ୍କ ମଧ୍ୟରେ ବାଦ୍ୟଯନ୍ତ୍ର ବାଦନ କାର୍ଯ୍ୟକ୍ରମ କରାଯିବା ସହିତ ଲୋକନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ଗୁରୁମା ଶ୍ରୀମତୀ ସରୋଜିନୀ ପାଣିଗ୍ରାହୀଙ୍କ ଦ୍ୱାରା କରାଯାଇଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ସୁବାସିନୀ ପଟ୍ଟନାୟକ । କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକା ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।ସେହିପରି ସ୍ୱେଚ୍ଛାସେବୀ ସଂଗଠନ ସିୱା ପକ୍ଷରୁ ଏହାର କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅରୁଣ ବିଶୋଇ ଓ ଶିବା ମାର୍ଗଦର୍ଶନ କରିଥିଲେ। ଅଶୋକ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସଦସ୍ୟମାନେ ହାଲୁକା ବ୍ୟାୟାମ, ପ୍ରାଣାୟାମ, ଧ୍ୟାନ ଓ ବିଭିନ୍ନ ଯୋଗାସନ କରିଥିଲେ। କାର୍ଯ୍ୟକ୍ରମରେ ସିୱାର ସମ୍ପାଦକ ପ୍ରତାପ କୁମାର ପଟ୍ଟନାୟକ, ଉପସଭାପତି ଜି. ଭି. ରେଡ୍ଡି, ଯୁଗ୍ମ ସମ୍ପାଦକ କେ. କୃଷ୍ଣ, ସଦସ୍ୟ ସୁଧାକର ପଟ୍ଟନାୟକ ଓ ପ୍ରଦୀପ୍ତ କୁମାର ସାହୁଙ୍କ ସହ ଜୟପୁର ସାଇକେଲ କ୍ଲବର ସଦସ୍ୟ ସଞ୍ଜୟ ନାୟକ, ଏମ୍. ରମେଶ ଏବଂ କେ. ମୋହନ ରାଓ ଉପସ୍ଥିତ ଥିଲେ।ଶେଷରେ ସମସ୍ତେ ନିୟମିତ ଯୋଗାଭ୍ୟାସ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନ କରିବାକୁ ସଂକଳ୍ପ ନେଇଥିଲେ। ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା। ସେହିପରି ଜୟପୁର ସିଟି ହାଇସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା। ଯୋଗ ମାଧ୍ୟମରେ ଶାରୀରିକ ସୁସ୍ଥତା, ମାନସିକ ପ୍ରଶାନ୍ତି ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ବିଦ୍ୟାଳୟର ଶାରୀରିକ ଶିକ୍ଷୟିତ୍ରୀ ରୀତା ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତାଙ୍କ ନେତୃତ୍ୱରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବନ୍ଦିତା ପାଣିଗ୍ରାହୀ, କୃଷ୍ଣ କୁମାରୀ ମିଶ୍ର, ଜି. କାବ୍ୟାଞ୍ଜଳି ଏବଂ ଶିକ୍ଷକ ପ୍ରତାପ କୁମାର ପଟ୍ଟନାୟକଙ୍କ ସହ କର୍ମଚାରୀ ଜି. ସାଇ ଶେଖର, ଧନପତି ଭତ୍ରା ଓ ଧନଲକ୍ଷ୍ମୀ ପଟ୍ଟନାୟକ ଉପସ୍ଥିତ ରହି ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ଶେଷରେ ନିୟମିତ ଯୋଗାଭ୍ୟାସ କରି ସୁସ୍ଥ, ନିରାମୟ ଓ ସନ୍ତୁଳିତ ଜୀବନ ବିତାଇବା ପାଇଁ ସମସ୍ତଙ୍କୁ ପ୍ରେରିତ କରାଯାଇଥିଲା। କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି