
କନ୍ଧମାଳ, ୨୨ ଜୁନ୍(ହି.ସ.) – ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କନ୍ଧମାଳ ଜିଲ୍ଲାର ୯ଜଣ ବରିଷ୍ଠ କର୍ମକର୍ତାଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଫୁଲବାଣୀ ଠାରେ ଆୟୋଜିତ ଜିଲ୍ଲା ପରିବର୍ଦ୍ଧିତ କକ୍ଷର କାର୍ଯ୍ୟକାରୀ କମିଟି ବୈଠକରେ ଏଆଇସିସି ସମ୍ପାଦକ ଜେ. ଟି. କୁସୁମ କୁମାରଙ୍କ ଉପସ୍ଥିତିରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିବା ଅଭିଯୋଗ ହୋଇଥଲା। ଫଳରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ରେ ଓଡିଶା ପ୍ରଦେଶ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ କନ୍ଧମାଳ କଂଗ୍ରେସ ଦଳର ୯ଜଣ ଙ୍କୁ ଦଳରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶନିବାର ଦିନ ନିଲମ୍ବିତ କରିଛନ୍ତି। ସେମାନେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଅମିର ଚାନ୍ଦ ନାୟକ, ଫୁଲବାଣୀ ପୌରାଂଚଳର ଶିବ ଶଙ୍କର ବେହେରା, ବଳଦେବ ବେହେରା, ଶେଖ୍ ଅବଦୁଲ ସଖିର, ଫୁଲବାଣୀ, ଫୁଲବାଣୀ ବ୍ଲକ୍ ଅଂଚଳର ଘନଶ୍ୟାମ ଶବର, ରାଇକିଆ ବ୍ଲକର ପ୍ରକାଶ ପ୍ରଧାନ, କ.ନୂଆଗାଁ ବ୍ଲକର ଜୀତେନ୍ଦ୍ର ଦିଗାଲ, ଖଜୁରୀପଡା ବ୍ଲକର ଗୌରହରି ବେହେରା ଓ ବାଲିଗୁଡା ବିଜ୍ଞାପିତ ଅଂଚଳର ଅଜୟ ଦିଗାଲ ବୋଲି ଜଣାପଡ଼ିଛି। ଏମାନଙ୍କୁ ଦଳରୁ ନିଲମ୍ବନ ଫଳରେ ଦଳରେ ଆଗକ୍ଷମୀ ପଂଚାୟତ ନିର୍ବାଚନରେ ସେଭଳି କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା କହିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପରିଡାଙ୍କ ନେତୃତ୍ୱରେ ଦଳ ପୂର୍ବାପେକ୍ଷା ତୃଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ ହେଇଛି ଓ ତ୍ରୀସ୍ତରୀୟ ପଂଚାୟତ ଓ ପୌରପରିଷଦ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ