
ବଲାଙ୍ଗିର, ୨୨ ଜୁନ୍ (ହି.ସ.)- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ନ୍ୟୁଜ ୭ର ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ପରଲୋକ ଖବର ସାମ୍ବାଦିକ ମହଲ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଗଭିର ଶୋକର ଛାୟା ଖେଳାଇ ଦେଇଛି। ଗୁରୁତର ଅସୁସ୍ଥ ହୋଇ ସେ ଅଚେତ ଅବସ୍ଥାରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ମାନଙ୍କ ନିରନ୍ତର ଚିକିତ୍ସା ଓ ସମସ୍ତ ଙ୍କ ପ୍ରାର୍ଥନା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା। ରାୟପୁର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ସରଳ, ମିଷ୍ଟାଭାଷୀ ଓ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ଅଶୋକ ନାରାୟଣ ଭୋଇ ଅନେକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର, ବନ୍ଧୁ ବର୍ଗ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ