ଘରେ ଏକୁଟିଆ ଥିବାବେଳେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ମୁଖୀଗୁଡା, ୨୨ ଜୁନ୍ (ହି.ସ)- ଜଣେ ମହିଳା ଘରେ ଏକୁଟିଆ ଥିବାବେଳେ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ଏପରିକି ମହିଳା ଜଣକ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିବା ଉଦ୍ୟମ କରାଯାଇଥିଲା । ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜୟପାଟଣା କିଶୋରପଡାରେ ଦିନ
ଘରେ ଏକୁଟିଆ ଥିବାବେଳେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ


ମୁଖୀଗୁଡା, ୨୨ ଜୁନ୍ (ହି.ସ)- ଜଣେ ମହିଳା ଘରେ ଏକୁଟିଆ ଥିବାବେଳେ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ଏପରିକି ମହିଳା ଜଣକ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିବା ଉଦ୍ୟମ କରାଯାଇଥିଲା । ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜୟପାଟଣା କିଶୋରପଡାରେ ଦିନ ୧୦ଟା ବେଳେ ମହିଳା ଜଣକ ଘରେ ରୋଷେଇ କରୁଥିଲେ ଏହି ସମୟରେ କିଶୋର ପଡାର ସୁମନ୍ତ ରାଉତ ରୋଷେଇ ଘର ଝରକା ପାଖକୁ ଆସି ବଡୁ ଘରେ ଅଛନ୍ତି କି ବୋଲି ପଚାରି ଥିଲା ସେ ଘରେ ନାହାନ୍ତି ବୋଲି କହିବାରୁ ସୁମନ୍ତ ରୋଷେଇ ଘରକୁ ପଶି ଆସି ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ବିରୋଧ ଜରିବାରୁ ସୁମନ୍ତ ମହିଳାଙ୍କୁ ତଣ୍ଟି ଚିପି ଗାଲକୁ କାମୁଡି ଚୁଟି ଧରି ମୁଣ୍ଡକୁ କାନ୍ଥରେ ବାଡେଇବାରୁ ସେ ତଳେ ପଡି ବେହୋସ ହେବାପରେ ମଙ୍ଗଳସୁତ୍ର ଏବଂ ସୁନା ଚେନ ନେଇ ଫେରାର ହୋଇଯାଇଥିଲା । ଏନେଇ ଜୟପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସୁମନ୍ତ ଫେରାର ହୋଇଯାଇଥିବା ଜୟପାଟଣା ଥାନା ଅଧିକାରୀ ଅର୍ଚନା ନାଏକ ସୂଚନା ଦେଇଛନ୍ତି। ତୁରନ୍ତ ସୁମନ୍ତକୁ ଗିରଫ କରାଯିବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande