ବିଏମ୍ ସି ଏବଂ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଭୁବନେଶ୍ୱର, 22 ଜୁନ୍ (ହି.ସ.) - ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇଁ ଯୋଗ ନିତାନ୍ତ ଆବଶ୍ୟକ । ଯୋଗ କଲେ ମନୁଷ୍ୟ ସୁସ୍ଥ ରହିବା ସହ ଶାନ୍ତିରେ ଜୀବନ ନିର୍ବାହ କରିବ । କାହିଁ କେଉଁ ଆଦିମ କାଳରୁ ଭାରତୀୟ ଯୋଗୀଋଷିମାନେ ଯୋଗ ବଳରେ ସୁସ୍ଥ ଓ ନିରୋଗ ରହିବା ସହ ଆଗତ ଭବିଷ୍ୟତ କଥା ଜାଣିପାରୁଥିଲେ । ଯୋଗ ମନକୁ
ବିଏମ୍ ସି ଏବଂ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଭୁବନେଶ୍ୱର, 22 ଜୁନ୍ (ହି.ସ.) - ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇଁ ଯୋଗ ନିତାନ୍ତ ଆବଶ୍ୟକ । ଯୋଗ କଲେ ମନୁଷ୍ୟ ସୁସ୍ଥ ରହିବା ସହ ଶାନ୍ତିରେ ଜୀବନ ନିର୍ବାହ କରିବ । କାହିଁ କେଉଁ ଆଦିମ କାଳରୁ ଭାରତୀୟ ଯୋଗୀଋଷିମାନେ ଯୋଗ ବଳରେ ସୁସ୍ଥ ଓ ନିରୋଗ ରହିବା ସହ ଆଗତ ଭବିଷ୍ୟତ କଥା ଜାଣିପାରୁଥିଲେ । ଯୋଗ ମନକୁ ସ୍ଥିର ଓ ନିଜକୁ ଚିହ୍ନିବାର ବାଟ ବତାଇଥାଏ । ଭାରତର ଏହି ମହାନ ଯୋଗ ସଂସ୍କୃତିକୁ ଆଜି ବିଶ୍ୱବାସି ଗ୍ରହଣ କରିଛନ୍ତି । ଆଜି 12 ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଏକ ଯୋଗ ଶିବିର ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଥିମ୍ ରହିଛି “ନିରୋଗ ବାର୍ଦ୍ଧକ୍ୟ ପାଇଁ ଯୋଗ” । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, କର୍ପୋରେଟର ଅମରେଶ ଜେନା, ମଧୁସ୍ମିତା ପ୍ରଧାନଙ୍କ ସମେତ ବିଏମ୍ ସିର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଶିକ୍ଷା ନବୀଶ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରମୁଖ ଯୋଗ ପ୍ରଶିକ୍ଷିକା ଶ୍ରୀମତୀ ଇତିଶ୍ରୀ ନନ୍ଦ ଓ ତାଙ୍କ ସାଥୀମାନେ ଯୋଗାସନର ମହତ୍ୱ ଓ ଗୁରୁତ୍ୱ ଉପରେ ତାଲିମ ଦେବା ସହ ଯୋଗ ଶିକ୍ଷାଦାନ କରିଥିଲେ ।

କର୍ମକ୍ଲାନ୍ତ ଜୀବନରେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଦୈନିକ କିଛି କିଛି ଯୋଗାସନ କରିବା ଦରକାର । କାରଣ ସୁସ୍ଥ ଶରୀର ସୁସ୍ଥ ମନର ପରିଚାୟକ । ଏହା ଦ୍ୱାରା କର୍ମକ୍ଷେତ୍ରରେ କାର୍ଯ୍ୟ କରିବାର ଆଗ୍ରହ ବଢିଥାଏ । ଫଳରେ ମନୁଷ୍ୟ ଦୀର୍ଘାୟୁ ହୋଇଥାଏ । ଏହା ଆମ ଭାରତୀୟ ପରମ୍ପରା ଏବଂ ମୁନିଋଷିମାନେ ପ୍ରମାଣିତ କରିଦେଇଯାଇଛନ୍ତି ବୋଲି କହିଛନ୍ତି ବିଏମ୍ ସି କମିଶର ଶ୍ରୀ ଚଞ୍ଚଳ ରାଣା । ଏହି ଶିବିର ରେ 100 ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ l ଏହି ସମସ୍ତ କାର୍ଯ୍ୟର ସଂଯୋଗଜନା କରିଥିଲେ ଡେପୁଟି କମିଶନର ଶ୍ରୀମତୀ ରଶ୍ମୀରେଖା ଅମାନ୍ତ ଏବଂ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ପରିଚାଳିକା ଶ୍ରୀମତୀ ଆଲିନା ମହାପାତ୍ର।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande