ମଣ୍ଡଳସ୍ତରୀୟ ସ୍ୱାବଲମ୍ବୀ ଯୁବସମୃଦ୍ଧ ଓଡିଶା ସମାବେଶ
କେନ୍ଦ୍ରାପଡ଼ା, ୨୨ ଜୁନ୍(ହି.ସ.) – ମାର୍ଶାଘାଇ ବ୍ଲକ ସଭାଗୃହରେ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡିଶା ସାରାକାର୍ୟ୍ୟକ୍ରମ ଅନ୍ତର୍ଗତ ''ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା'' ସମାବେଶ ସୋମବାର ଅନୁଷ୍ଠିତ ହୋଇଥିଲା କ୍ଷ ଯୁବପୀଢ଼ିଙ୍କ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବିଭାଗର ଅଧିକାରୀମାନ
---------------ମଣ୍ଡଳସ୍ତରୀୟ ସ୍ୱାବଲମ୍ବୀ ଯୁବସମୃଦ୍ଧ ଓଡିଶା ସମାବେଶ


କେନ୍ଦ୍ରାପଡ଼ା, ୨୨ ଜୁନ୍(ହି.ସ.) – ମାର୍ଶାଘାଇ ବ୍ଲକ ସଭାଗୃହରେ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡିଶା ସାରାକାର୍ୟ୍ୟକ୍ରମ ଅନ୍ତର୍ଗତ 'ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା' ସମାବେଶ ସୋମବାର ଅନୁଷ୍ଠିତ ହୋଇଥିଲା କ୍ଷ ଯୁବପୀଢ଼ିଙ୍କ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ କ୍ଷ ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, ଭାରପ୍ରାପ୍ତ ବିଡ଼ିଓ ତୃପ୍ତି ମହାନ୍ତି, ଏବିଡ଼ିଓ ଇତିଶ୍ରୀ ପଣ୍ଡା, ଶିଳ୍ପ ପର୍ୟ୍ୟବେକ୍ଷକ ଶୁଭଶ୍ରୀ ଜେନା, ସହକାରୀ ଶିଳ୍ପ ଅଧିକାରୀ ଶିବ ପ୍ରସାଦ ଦାସ,କେନ୍ଦ୍ରାପଡ଼ା ଛତାସ୍ଥିତ ସରକାରୀ ପଲିଟେକନିକ ପ୍ରିନ୍ସିପାଲ ସୁନୀଲ କୁମାର ସେଠୀ, ଦକ୍ଷତା ବିକାଶ ବିଭାଗର ଜିତେନ୍ଦ୍ର କୁମାର ସେଠୀ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୈଳବାଳା ଚାଷୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ବିଭାଗ ଅଧିକାରୀ ତ୍ରିଲୋଚନ ବେହେରା, ଯୁବନେତା ଦେବଜ୍ୟୋତି ଜେନା,ଯୁବନେତା ଅବିନାଶ ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ କ୍ଷ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ କ୍ଷ ସରକାରଙ୍କ ଯୋଜନାରେ ସଫଳ ଯୁବ ଉଦ୍ୟୋଗୀ ଅମରଜିତ ମହାନ୍ତି ନିଜ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଦ୍ୟମ, ଉଦ୍ୟୋଗ ପରିଚାଳନା ଏବଂ ସଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ କ୍ଷ ଅନ୍ୟତମ ଯୁବ ଉଦ୍ୟୋଗୀ ମହୁଚାଷୀ ରଜନୀକାନ୍ତ ଦାସ,ସୁଧାଂଶୁ ନାୟକ,କ୍ଷୀରୋଦ ଦାସ,ଯୁବ ଉଦ୍ୟୋଗୀ ଜ୍ଞାନରଞ୍ଜନ ସୁତାରଙ୍କ ସମେତ କୃତି ଛାତ୍ରଛାତ୍ରୀ ମାର୍ଶାଘାଇ କଲେଜର ଟପ୍ପର ପ୍ରାଣିବିଜ୍ଞାନ ବିଭାଗର ଅଭିଲିପ୍ସା ମିଶ୍ର, ସୁବ୍ରତ ସ୍ୱାଇଁଙ୍କୁ କାର୍ୟ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ଯୁବନେତା ବଳଭଦ୍ର ଦାସ,କାହ୍ନୁ ପରିଡା, ରଂଜିତ ବେହେରା, ପିଏସ ସିମ୍ରୋନ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ କ୍ଷ ଯୁବମୋର୍ଚ୍ଚା ସମ୍ପାଦକ ଅବିନାଶ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ କ୍ଷ ରୁଦ୍ର ପ୍ରସାଦ ମୁଦୁଲି, ସୁଲଭ ଦାସ, ହେମନ୍ତ ସିଂ,ଜ୍ୟୋତିରଞ୍ଜନ ଜେନା, ଶାନ୍ତନୁ ସେଠୀ, ସୌମ୍ୟରଞ୍ଜନ ଜେନା, ସରୋଜ ଜେନା, ସଞ୍ଜୟ ଓଝା, ସମ୍ବିତ ଚନ୍ଦ୍ରଶେଖର ସେଠୀ , ରାଜେଶ ବେହେରା, ପ୍ରଦୀପ ବେହେରା, ରାକେଶ ମହାପାତ୍ର,ରାକେଶ କୁମାର ନାୟକ,ସାରଦା ପ୍ରସନ ସ୍ୱାଇଁଙ୍କ ସମେତ ୨ ଶହରୁ ଉର୍ଧ୍ଵ ଯୁବକଯୁବତୀ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିଲେ କ୍ଷ

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande