
ଜୟପୁର, ୨୨ ଜୁନ୍ (ହି.ସ.)- ଭାରସାମ୍ୟ ହରାଇ ଗଛରେ ପିଟିଲା କାର। ଘଟଣାସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ବସିଥିବା ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ରାସ୍ତା ମାଣ୍ଡିକିଝରଣ ଛକରେ ଘଟିଛି ଅଘଟଣ l ମୃତକ ଡ୍ରାଇଭର ସୂର୍ଯ୍ୟକାନ୍ତି ମହାନ୍ତି l
ସୂଚନା ଅନୁଯାଇ, ଜଗତସିଂପୁର ଅଂଚଳର ଦମ୍ପତି ଏକ କାରରେ ଡ୍ରାଇଭଙ୍କ ସହ ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲେ l ଗୁପ୍ତେଶ୍ୱର ପୀଠ ପହଂଚିବା ପୂର୍ବରୁ ମାଣ୍ଡିକିଝରଣ ଛକରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଘଟଣାସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ବସିଥିବା ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି l ଉଭୟ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ସ୍ୱାମୀ ସୁଧୁରି ନାୟକ ଓ ସ୍ତ୍ରୀ ଧରିତ୍ରୀ ରଥ ବୋଲି ଜଣାପଡିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି