ବ୍ରଜରାଜନଗର ପି.ଏମ. ଶ୍ରୀ ଓ.ପି.ଏମ୍. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ବ୍ରଜରାଜନଗର ସ୍ଥିତ ପି.ଏମ. ଶ୍ରୀ ଓ.ପି.ଏମ୍. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ ଏବଂ ବ୍ରଜ
Collector visit


ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ବ୍ରଜରାଜନଗର ସ୍ଥିତ ପି.ଏମ. ଶ୍ରୀ ଓ.ପି.ଏମ୍. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ ଏବଂ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ। ଜିଲ୍ଲାପାଳ ବିଦ୍ୟାଳୟରେ ପହଞ୍ଚି ଶିକ୍ଷାର୍ଥୀ ଓ ଶିକ୍ଷକ ଶ୍ରେଣୀ ସହ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କର ପାଠପଢ଼ା ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରିଦର୍ଶନ କାଳରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନର ମାନର ଗଭୀର ସମୀକ୍ଷା କରିଥିଲେ। ଛାତ୍ରୀମାନେ ଯେପରି ଆଗାମୀ ପରୀକ୍ଷାଗୁଡ଼ିକରେ ସର୍ବୋଚ୍ଚ ‘ଏ୧’ ଗ୍ରେଡ୍ ହାସଲ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଶିକ୍ଷକ ଶ୍ରେଣୀକୁ ନିର୍ଦ୍ଦେଶ ଦେଇଛନ୍ତି। କୋମଳମତି ଶିଶୁମାନେ ଯେପରି ଉତ୍ତମ ଶିକ୍ଷା ଗ୍ରହଣ କରି ଶ୍ରେଷ୍ଠ ପରିଣାମ ଆଣିପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ବିଦ୍ୟାଳୟରେ ଛାତ୍ରୀମାନଙ୍କର ଦୈନିକ ଉପସ୍ଥାନ ବୃଦ୍ଧି କରିବା ଦିଗରେ ତୁରନ୍ତ ଉଚିତ୍ ପଦକ୍ଷେପ ନେବାକୁ ସେ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ କହିଛନ୍ତି।

ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରତ୍ୟେକ ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ‘ଏ୧’ ଗ୍ରେଡ୍ ହାସଲ କରାଇବା ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ। ଏଥିସହ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ସେ ସେଠାରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିବା ସହ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରିଥିଲେ। ପିଲାମାନଙ୍କୁ ଯେପରି ସୁଷମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ମିଳିବ, ତାହା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande