
କେନ୍ଦ୍ରାପଡ଼ା, 22 ଜୁନ୍ (ହି.ସ.) : ଜାତୀୟ ସ୍ତରୀୟ ପାୱାର ଲିଫଟିଂ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଥିବା ବ୍ରହ୍ମାଂଶୁ ମହାରଣାଙ୍କୁ ଡେରାବିଶ ବ୍ଲକ ଅନ୍ତର୍ଗତ ଦୁମୁକାହାଟ ସ୍ଥିତ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି। ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ବ୍ରହ୍ମାଂଶୁଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।ଉତ୍ତର ପ୍ରଦେଶର ମଥୁରାଠାରେ ଜାତୀୟ ପାୱାର ଲିଫଟିଂ ଫେଡେରେସନ ପକ୍ଷରୁ ଗତ ଜୁନ ୪ରୁ ୭ ତାରିଖ ପର୍ୟ୍ୟନ୍ତ ଆୟୋଜିତ ପ୍ରତିଯୋଗିତାରେ ୧୮ ବର୍ଷୀୟ ବ୍ରହ୍ମାଂଶୁ ୭୭ କେଜି ବର୍ଗରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୁରଜ ଟେଲିଫୋନ ଯୋଗେ ବ୍ରହ୍ମାଂଶୁଙ୍କ ସହ କଥା ହୋଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।ସମ୍ବର୍ଦ୍ଧନା ସଭାରେ ବିଶ୍ୱ ମୋହନ ଦାସ, ସଞ୍ଜୟ ସାହୁ, ପ୍ରଶାନ୍ତ ସାଠୁଆ, ସରୋଜ ମାହାଳି, ଶରତ ବେହେରା, ପ୍ରସନ୍ନ କୁମାର ମିଶ୍ର, ଅକ୍ଷୟ କୁମାର ମହାନ୍ତି, ସତ୍ୟବ୍ରତ ବେହେରା, ରଶ୍ମି ରଞ୍ଜନ ରାଉତରାୟ, ରବୀନ୍ଦ୍ର ରାଉତ ଓ ଅନିରୁଦ୍ଧ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ବ୍ରହ୍ମାଂଶୁଙ୍କ ମା’ ସୁଷମା ଓଝା ଓ ଅଜା ନୃସିଂହ ଚରଣ ଓଝା ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।ହି ଅବସରରେ ତେଜେଶ୍ୱର ପରିଡ଼ା କହିଥିଲେ ଯେ, ବ୍ରହ୍ମାଂଶୁଙ୍କ ଭଳି ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କୁ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା ପାଇଁ ସମସ୍ତ ପ୍ରୟାସ କରାଯିବ। ସେ ବ୍ରହ୍ମାଂଶୁଙ୍କ ସଫଳତା ପଛରେ ଥିବା ସ୍ଥାନୀୟ ପ୍ରଶିକ୍ଷକ ବିଭୂତି ଭୂଷଣ ବେହେରାଙ୍କ ଅବଦାନକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।ହ୍ମାଂଶୁଙ୍କ ଏହି ସଫଳତା କେବଳ କେନ୍ଦ୍ରାପଡ଼ା ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।
---------------
ହିନ୍ଦୁସ୍ଥାନ ସମାଚାର / ରବି