ଝାରସୁଗୁଡ଼ା ଜିଲ୍ଲା ସ୍ତରୀୟ ପ୍ରକଳ୍ପ ମୂଲ୍ୟାଙ୍କନ କମିଟି ବୈଠକ
ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରକଳ୍ପ ମୂଲ୍ୟାଙ୍କନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ''ଶକ୍ତି ସଦନ'' ଏବଂ ''ୱାନ୍ ଷ୍ଟପ୍ ସେଣ୍ଟର'' ପ୍ରକଳ୍ପର କାର୍ଯ୍ୟକାରିତା
Marking committee meeting


ଝାରସୁଗୁଡ଼ା, ୨୨ ଜୁନ୍ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରକଳ୍ପ ମୂଲ୍ୟାଙ୍କନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା 'ଶକ୍ତି ସଦନ' ଏବଂ 'ୱାନ୍ ଷ୍ଟପ୍ ସେଣ୍ଟର' ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା ଏବଂ ମୂଲ୍ୟାଙ୍କନ କରାଯାଇଛି। ଏହି ସମୀକ୍ଷା ବୈଠକରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସୁରକ୍ଷା ଅଧିକାରୀ-ତଥା-ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଲିଡ୍ ବ୍ୟାଙ୍କ ମ୍ୟାନେଜର, ଓରମାସର ଡେପୁଟି ଚିଫ୍ ଅଫିସର, ଜିଲ୍ଲା ଶିକ୍ଷା ଅଧିକାରୀ, ଡେପୁଟି ସିଇଓ, ଏବଂ ବିଶେଷ କିଶୋର ପୋଲିସ ୟୁନିଟର ଡିଏସପିଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ବୈଠକରେ ସୁରକ୍ଷା ଅଧିକାରୀ-ତଥା-ପ୍ରକଳ୍ପ ଅଧିକାରୀ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଉଭୟ ପ୍ରକଳ୍ପର କାର୍ଯ୍ୟଦକ୍ଷତା ଓ ଅଗ୍ରଗତି ସମୀକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜୟଶ୍ରୀ ସାହୁ 'ଶକ୍ତି ସଦନ'ର ବିଭିନ୍ନ କାର୍ଯ୍ୟକ୍ରମ ଓ ସଫଳତା ସମ୍ପର୍କରେ ଉପସ୍ଥାପନା କରିଥିବା ବେଳେ, ମଧୁସ୍ମିତା ବାରିକ 'ୱାନ୍ ଷ୍ଟପ୍ ସେଣ୍ଟର'ର କାର୍ଯ୍ୟପ୍ରଣାଳୀ ଓ ସେବା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ସମୀକ୍ଷା କାଳରେ କମିଟି ସଦସ୍ୟମାନେ ଜିଲ୍ଲା ପରିଦର୍ଶନ କମିଟିର ରିପୋର୍ଟ ଓ ସେମାନଙ୍କ ସୁପାରିଶ ଉପରେ ଆଲୋଚନା କରିଥିଲେ। ଶକ୍ତି ସଦନ ପକ୍ଷରୁ ବାର୍ଷିକ କାର୍ଯ୍ୟକଳାପ, ମାମଲା ପରିଚାଳନା, ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ସେବା, ପୁନର୍ବାସ ବ୍ୟବସ୍ଥା, ବୃତ୍ତିଗତ ଶିକ୍ଷା ତାଲିମ ଏବଂ ଆୟକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସେହିପରି ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ବିଭିନ୍ନ ପ୍ରକାରର ମାମଲାର ସମାଧାନ, ନିର୍ଯାତିତ ମହିଳାମାନଙ୍କୁ ସହାୟତା, ଜିଲ୍ଲାବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଏବଂ ଏହାର ସକାରାତ୍ମକ ପ୍ରଭାବ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଏଥିସହ ଝାରସୁଗୁଡ଼ା 'ସେହାଡ଼ା' ସଂଗଠନ ଦ୍ୱାରା ପରିଚାଳିତ ଏହି ଦୁଇଟି ପ୍ରକଳ୍ପକୁ ଆଗାମୀ ୨୦୨୬-୨୦୨୭ ବର୍ଷ ପାଇଁ ଚାଲୁ ରଖିବାକୁ କମିଟି ସର୍ବସମ୍ମତି କ୍ରମେ ସୁପାରିଶ କରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande