
ଖୋର୍ଦ୍ଧା, ୨୨ ଜୁନ୍(ହି.ସ.) – ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ କରି ଓଡ଼ିଶାବାସୀଙ୍କ ସମେତ ସେବା ପ୍ରତିନିଧି ଦାବି କରିଛି। ଇସ୍କନ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିକୁ ଜଳାଞ୍ଜଳି ଦେଇ ନିଜର ମନୋମୁଖୀ କାର୍ଯ୍ୟ ଦ୍ୱାରା ବିଭିନ୍ନ ଦେଶରେ ଜଗନ୍ନାଥଙ୍କ ରଥଯାତ୍ରା କରିଚାଲିଛନ୍ତି। ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ଜଗନ୍ନାଥଙ୍କ ଚଳନ୍ତି ଠାକୁର ଦିବ୍ୟସିଂହ ଦେବ ଗଜପତି ମହାରାଜା, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହି ରଥଯାତ୍ରାକୁ ବନ୍ଦ କରିବାକୁ ବିରୋଧ କରିଥିଲେ ମଧ୍ୟ ଇସ୍କନ ନିଜ ଜିଦ୍ରେ ଅଟଳ ଓ ଅଚଳ ହେବାରେ ଲାଗିଛି। ବିଶ୍ୱ ବ୍ରହ୍ମାଣ୍ଡର ନାୟକଙ୍କ ସଙ୍ଗରେ ଖେଳ ଖେଳି ଚାଲିଛନ୍ତି। ସନାତନ ଧର୍ମର ବାର୍ଷିକ ସମସ୍ତ ନୀତିକାନ୍ତି ପଞ୍ଜିକାରେ ଲିପିବଦ୍ଧ ହୋଇ ରହିଅଛି। ଯାହାର ମନ ଯେତେବେଳେ ହେବ ସେ ମନଇଚ୍ଛା ପୁଣ୍ୟ ପର୍ବ କରିପାରିବ ନାହିଁ। ଭଗବାନଙ୍କ ବିଚାରରେ ସୂର୍ଯ୍ୟ-ଚନ୍ଦ୍ର, ଦିନ-ରାତି, ଋତୁ ପରିବର୍ତନ ଚାଲୁ ରହିଅଛି। କେଉଁ ଅନୁଷ୍ଠାନ କାହିଁ ଏପରି ପରିବର୍ତନ କରିବା ଦେଖା ଯାଇନାହିଁ। କିନ୍ତୁ ଇସ୍କନ ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଇସ୍କନ କର୍ମକର୍ତାଙ୍କୁ ଚେତାଇ ଦେଇଛନ୍ତି। କୌଣସି ଦେଶରେ ରଥଯାତ୍ରା ହେଉ କି ନହେଉ, ତାହା ନୀତି ଆଦର୍ଶ ଅନୁସାରେ କରିବା ପାଇଁ ସେବା ପ୍ରତିନିଧିର କର୍ମକର୍ତା ଦାବି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଭୀମକୁଣ୍ଡର ଭୀମେଶ୍ୱର ମନ୍ଦିର ନିକଟରେ ଅଶୋକ କୁମାର ମହାରଣା, ଦାମୋଦର ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର, ପୀୟୂଷ ମହାନ୍ତି, ରଙ୍କନିଧି ପଟ୍ଟନାୟକ, ପ୍ରଦୀପ କୁମାର ରାୟ, ପୂର୍ଣ୍ଣଚନ୍ଦ୍ର ଖୁଂଟିଆ, ବାଳକୃଷ୍ଣ ପ୍ରଧାନ, ବଂଶୀଧର ପଣ୍ଡା, ଶକୁନ୍ତଳା ତ୍ରିପାଠୀ, ସମୀର ରଥ, ସୂର୍ଯ୍ୟ ନାରାୟଣ ସାମଲ, ସୁବାସ ଚନ୍ଦ୍ର ପାଢ଼ୀ, ଉଲ୍ଲାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ