
ଜୟପୁର, ୨୨ ଜୁନ୍ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ନିଳାଗୁଡାର ଫକିର ହରିଜନ, ଦଣ୍ଡସେନାଗୁଡା ଗ୍ରାମର ଘାସି ରାମ ଭଟ୍ଟରିଆ । ସୂଚନା ଅନୁଯାୟୀ, ବାଇକରେ ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ନିଳାଗୁଡାରେ ଚଢଉ କରି ୩୫ ଲିଟର ଦେଶି ମଦ ଓ ବାଇକକୁ ଜବତ କରାଯାଇଛି । ସେହିପରି ଦଣ୍ଡସେନାଗୁଡାରେ ଚଢଉ କରି ୧୨ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି