
କେନ୍ଦୁଝର, ୨୨ ଜୁନ୍(ହି.ସ.) – ତାମିଲନାଡୁରେ ଗ୍ୟାସ ଲିକ୍ ଘଟଣାରେ ପାଂଚ ଶ୍ରମିକଙ୍କ ମୃତ୍ୟୁ ହୋଇଥବା ଜଣାପଡ଼ିଛି। ସମସ୍ତେ ତେଲକୋଇ ବ୍ଲକ୍ ତାଳପଦା ପଂଚାୟତ ରଙ୍ଗାମାଟିଆ ଗ୍ରାମର ଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସୁଚନା ଅନୁଯାୟୀ ଗୁରୁତର ପାଂଚ ଜଣଙ୍କ ନାଁ ହେଲା ପଦ୍ମିନୀ ଜୁଆଙ୍ଗ, ଅଇଲା ଜୁଆଙ୍ଗ, ଯାମିନୀ ଜୁଆଙ୍ଗ, ହୀରା ଜୁଆଙ୍ଗ, ସୀମା ଜୁଆଙ୍ଗ ଓ ମୃତଙ୍କ ନାଁ ହେଲା ଗୁମାଣି ଜୁଆଙ୍ଗ ବୋଲି ଜଣାପଡ଼ିଛି। ଉକ୍ତ ଗ୍ରାମରୁ ୧୮ ଜଣ ଯାଇଥିଲା ବେଳେ ୧୦ ଜଣ ପୁଅ, ୮ ଜଣ ଝିଅ ବୋଲି ଜଣାପଡ଼ିଛି।
କିନ୍ତୁ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ କହିବା ଅନୁସାରେ ପାଂଚ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ନିକଟରେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ଏହି ମୃତ୍ୟୁ ଘଟଣା ଜଣାପଡ଼ିଲା ପରେ ଗାଁରେ ଓ ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କାନ୍ଦବୋବାଳିରେ ଗାଁରେ ଚହଳ ପଡ଼ିଛି। ମୃତ ଶରୀର କିପରି ଗାଁକୁ ଫେରିବ ସେନେଇ ଆଶଙ୍କାରେ ଅଛନ୍ତି ଗ୍ରାମବାସୀ। ଏପଟେ ପ୍ରଶାସନ ପକ୍ଷରୁ ଶବକୁ ଗାଁକୁ ଅଣାଯିବ ବୋଲି ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA