
ଖୋର୍ଦ୍ଧା,22 ଜୁନ୍ (ହି.ସ.) ବୋଲଗଡ଼ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଛି ।ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଘରେ କଳାକନା ବୁଲାଇଛନ୍ତି । ସୁନା, ରୁପା ଅଳଙ୍କାର ସହ ନଗଦ ଟଙ୍କା ସମେତ ପ୍ରାୟ କୋଟିଏ ଟଙ୍କାର ସାମଗ୍ରୀ ଲୁଟ୍ ନେଇଥିବା ବୋଲଗଡ ଥାନାରେ ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଅଞ୍ଚଳରେ । ସୂଚନା ମୁତାବକ, ଘର ମାଲିକ ବାହାରେ ଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଓ ଲକର ଭାଙ୍ଗି ସୁନା, ରୁପା ଅଳଙ୍କାର ସହ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ