
କେନ୍ଦ୍ରାପଡ଼ା, ୨୨ ଜୁନ୍(ହି.ସ.) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ :--କେନ୍ଦ୍ରାପଡା-୨୨/୦୬: ଆଳି ସେବାକେନ୍ଦ୍ର ଆନୁକୁଲ୍ୟରେ ଅରଗଳ ସ୍ଥିତ ମାତୃଶକ୍ତି ଭବନରେ ୨୧ ଜୁନ୍ ୨୦୨୬ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ପତଞ୍ଜଳି ଯୋଗ ସଂସ୍ଥାନର କେନ୍ଦ୍ରାପଡ଼ା ଜିଲ୍ଲା ଅଧ୍ୟକ୍ଷ ଏବଂ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ବିଭୁ ପ୍ରସାଦ ଦାସ ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦେବା ସହ କହିଥିଲେ ଯେ ହଠଯୋଗ , ଜ୍ଞାନଯୋଗ, ସାଂଖ୍ୟଯୋଗ ଏବଂ ସଂସାରରେ ଯେତେ ଯୋଗ ରହିଛି ତନ୍ମଧ୍ୟରୁ ସର୍ବଶ୍ରେଷ୍ଠ ଓ ସର୍ବ ପ୍ରାଚୀନ ଯୋଗ ହେଉଛି ରାଜଯୋଗ ।ରାଜଯୋଗ ପୂର୍ଣ୍ଣତଃ ଏକ ଆଧ୍ୟାତ୍ମିକ ବିଦ୍ୟା ଅଟେ। ରାଜଯୋଗ ବିଦ୍ୟା ଦ୍ଵାରା ମନରେ ସାରା ବିଶ୍ୱ ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ , ପାରିବାରିକ ଭାବନା ଜାଗ୍ରତ କରାଇଥାଏ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଆଳି ବ୍ରହ୍ମା କୁମାରୀ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମା କୁମାରୀ ସଂଯୁକ୍ତା । ବ୍ରହ୍ମା କୁମାରୀ ସ୍ଵର୍ଣ୍ଣ ମଞ୍ଚ ପରିଚାଳନା କରିଥିବାବେଳେ ବ୍ରହ୍ମା କୁମାରୀ ଅଚିସ୍ମିତା ଉପସ୍ଥିତ ସଭାକୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି