


ବଲାଙ୍ଗିର, 22 ଜୁନ୍ (ହି.ସ.)
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କାର୍ଯ୍ୟାଳୟ ରେ ସୋମବାର ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ବଲାଙ୍ଗୀର ଜିଲ୍ଲା ର ଜିଲ୍ଲାପାଳ ଗୈରବ ଶିବାଜି ଇସଲାୱ!ର ଉପସ୍ଥିତ ରହି ସାମୁହିକ ୧୪ ଓ ବ୍ୟକ୍ତିଗତ ୮୬ ମୋଟ ୧୦୦ ଟି ଅଭିଯୋଗ ର ଶୁଣାଣୀ କରିଥିଲେ।ବିଟାବନ୍ଧ ପଞ୍ଚାୟତ ରେ ୧୦ ଲକ୍ଷ ଅଟକଳରେ ଏକ ଫେସିଲିଟି ସେଣ୍ଟର ଓ ୧୦ ଲକ୍ଷ ଅଟକଳର କୃଷି କାର୍ଯ୍ୟାଲୟ କାମ ଅଧା ପନ୍ତରିଆ ଥାଇ ସମ୍ପୁର୍ଣ୍ଣ ବିଲ ହୋଇସାରିଥିବା ବିଟାବନ୍ଧ ପୂର୍ବତନ ସରପଞ୍ଚ ଅଗସ୍ତି ବାଗ ଅଭିଯୋଗ କରିଥିଲେ। ଏହି ଶିବିର ରେ ବଲାଙ୍ଗୀର ର ସିଇଓ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣିସେନ ସୁନା,ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମି,ବିଇଓ ଶାନ୍ତନୁ କୁମାର ପଡିହାରି, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ,ଜିପିଡିଓ ପ୍ରସନ୍ନ କୁମାର ନାଗ,ଏଇଇ ଅଭିନାଶ ମୁଦି, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଳକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିର ରେ ବ୍ଳକ ର ସମସ୍ତ କନିଷ୍ଠ ଯନ୍ତ୍ରୀ,ପିଇଓ,ଏଡିଇଓ,ଯୋଗାଣ ସହାୟକ,ଜିଓଟେର ଓ ବ୍ଳକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ