ପଟ୍ଟାମୁଣ୍ଡାଇରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :
୮୯ ଅଭିଯୋଗ ଗ୍ରହଣ, ୧୮ ମାମଲାର ତୁରନ୍ତ ସମାଧାନ.. କେନ୍ଦ୍ରାପଡା-22 ଜୁନ୍ (ହି.ସ.): ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ କାର୍ୟ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ପଟ୍ଟାମୁଣ୍ଡାଇରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :


୮୯ ଅଭିଯୋଗ ଗ୍ରହଣ, ୧୮ ମାମଲାର ତୁରନ୍ତ ସମାଧାନ..

କେନ୍ଦ୍ରାପଡା-22 ଜୁନ୍ (ହି.ସ.): ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ କାର୍ୟ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କାଟାରିଆଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଉପସ୍ଥାପନ କରିଥିଲେ।ଶିବିରରେ ମୋଟ ୮୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୭୯ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୂହିକ ଅଭିଯୋଗ ରହିଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରେ ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ବିଦ୍ୟୁତ ସେବା, ଜଳସେଚନ, ବ୍ୟାଙ୍କିଙ୍ଗ ସେବା, ରାସ୍ତାଘାଟ, ରାଜସ୍ୱ ଏବଂ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନା ସମ୍ପର୍କିତ ସମସ୍ୟା ପ୍ରମୁଖ ଥିଲା।ଗ୍ରହଣ କରାଯାଇଥିବା ଅଭିଯୋଗମାନଙ୍କ ମଧ୍ୟରୁ ୧୮ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ ୪ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ପଟ୍ଟାମୁଣ୍ଡାଇ ବିଡିଓ ଶୀତଲ ଅଗ୍ରୱାଲ, ତହସିଲଦାର ପଞ୍ଚାନନ ନାୟକ, ଡେପୁଟି କଲେକ୍ଟର ସରୋଜ କୁମାର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ।ଜିଲ୍ଲାପାଳ ଶ୍ରୀ ଆୟର ଅଭିଯୋଗଗୁଡ଼ିକର ଗୁରୁତ୍ୱ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶୀଘ୍ର, ସ୍ୱଚ୍ଛ ଓ ପ୍ରଭାବୀ ସମାଧାନ ସୁନିଶ୍ଚିତ କରିବା ସହିତ ଅଭିଯୋଗକାରୀଙ୍କୁ ଫଳାଫଳ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି, ଆସନ୍ତା ୨୯ ଜୁନ ୨୦୨୬ ତାରିଖରେ ରାଜକନିକା ବ୍ଲକ କାର୍ୟ୍ୟାଳୟଠାରେ ପୂର୍ବାହ୍ନ ୧୦.୩୦ ଘଟିକାରୁ ଦିନ ୧.୦୦ ଘଟିକା ପର୍ୟ୍ୟନ୍ତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜନସାଧାରଣଙ୍କୁ ଏହି ଶିବିରର ସୁଯୋଗ ନେଇ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande