
ମାଲକାନଗିରି, ୨୨ ଜୁନ୍ (ହି.ସ.)-
କାଲିମେଳା ଶକ୍ତିକେନ୍ଦ୍ରର ସଂଗଠନ ବୈଠକ ଏବଂ ଆସନ୍ତା ମନ କି ବାତ୍ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଏସ ଆଇ ଆର ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବା ସହିତ ଆସନ୍ତା ମନ କି ବାତ୍ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଥିଲା। କେଉଁ ବୁଥରେ କେଉଁ ଅତିଥି ଯୋଗଦେବେ, ନୂତନ ଭୋଟରମାନଙ୍କୁ କିପରି ସଂଗଠନ ସହିତ ଯୋଡ଼ାଯିବ ଏବଂ କାର୍ଯ୍ୟକ୍ରମ ସମାପ୍ତି ପରେ ବୁଥ ସଭାପତିମାନେ ତୁରନ୍ତ ସରଳ ଆପ୍ରେ ଫଟୋ ଅପଲୋଡ୍ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ବୈଠକରେ ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ମୁଖାର୍ଜୀ ଯୋଗଦେଇ ସଂଗଠନକୁ ଆହୁରି ସୁଦୃଢ଼ କରିବା ସମ୍ବନ୍ଧରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି ଆସନ୍ତା ନିର୍ବାଚନରେ ବିଜୟ ହାସଲ ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠିତ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବତନ ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଏସ ଆଇ ଆର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଶକ୍ତିକେନ୍ଦ୍ର ପ୍ରମୁଖ ପରିତୋଷ ଭାଇ ବୁଥ କମିଟିକୁ ଆହୁରି ସକ୍ରିୟ କରିବା ଉପରେ ମତ ରଖିଥିବା ବେଳେ ମଣ୍ଡଳ ଯୁବ ସଭାପତି ମନ୍ମଥ ଭାଇଙ୍କୁ ଯୁବ ଗୋଷ୍ଠୀକୁ ଏକତ୍ରିତ କରି ସଂଗଠନ କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
ବୈଠକରେ ଅନେକ କାର୍ଯ୍ୟକର୍ତ୍ତା ଯୋଗଦେଇ ନିଜ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀନିବାସ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ