କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ
ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅଧୀନ ବାଦଲିପାହାଡ଼ ଜଙ୍ଗଲ ଅଞ୍ଚଳରେ ଏକ ମାଓବାଦୀ ଡମ୍ପ ଠାବ କରିବାରେ କୋରାପୁଟ ପୋଲିସ ସଫଳ ହୋଇଛି। ଏଥିସହ ସେଠାରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କର
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ


ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅଧୀନ ବାଦଲିପାହାଡ଼ ଜଙ୍ଗଲ ଅଞ୍ଚଳରେ ଏକ ମାଓବାଦୀ ଡମ୍ପ ଠାବ କରିବାରେ କୋରାପୁଟ ପୋଲିସ ସଫଳ ହୋଇଛି। ଏଥିସହ ସେଠାରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ବାଦଲିପାହାଡ଼ ଅଂଚଳରେ ଯାଂଚ ଅଭିଯାନ କରାଯାଇଥିଲା। ଏହି ଅଭିଯାନ ସମୟରେ ଏକ ମାଓବାଦୀ ଡମ୍ପ ଠାବ କରାଯାଇଥିବାବେଳେ ସେଠାରୁ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି।

ଜବତ ସାମଗ୍ରୀ ମଧ୍ୟରେ ଇନଶାସ ରାଇଫଲ, ୬ଟି ଦେଶୀ ବନ୍ଧୁକ, ପ୍ରାୟ ୧୮ କିଲୋଗ୍ରାମ ଓଜନର ଏକ କ୍ଲେମୋର ମାଇନ, ପ୍ରାୟ ୧୦ କିଲୋଗ୍ରାମ ଓଜନର ଏକ ଟିଫିନ ବମ୍ ଆଇଇଡି, ପ୍ରାୟ ୪ କିଲୋଗ୍ରାମ ଓଜନର ୬ଟି ଟିଫିନ ବମ୍ ଆଇଇଡି, ଏକ ମାଓବାଦୀ କିଟ୍ ବ୍ୟାଗ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ରହିଛି। ଜବତ ହୋଇଥିବା ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆନ୍ଧ୍ର-ଓଡ଼ିଶା ସୀମା ଏଓବିଏସ୍ଜେଡ୍ ସିର ମାଓବାଦୀ କ୍ୟାଡରଙ୍କର ହୋଇଥିବା ସନ୍ଦେହ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande