
ବଲାଙ୍ଗିର, 22 ଜୁନ୍ ( ହି.ସ.)ସମ୍ବଲପୁର ତପସ୍ୱିନୀ ଅଡିଟୋରିଅମ ଠାରେ ଓଡିଶା ମହା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷlବିଦ ଡ଼. କୁଞ୍ଜଲତା ପ୍ରଧାନଙ୍କୁ ଉତ୍କଳ ବିଦ୍ଯାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ହେପି ମୋମେଣ୍ଟ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠାତା ଡ଼. ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସିନେ ଅଭିନେତା ବେଣୀମାଧବ ବେଦବାକ,ବିଶିଷ୍ଟ ସମ୍ବଲପୁରୀ ନୃତ୍ୟଗୁରୁ ଆଲୋକ ପଣ୍ଡା ଉତ୍କ ସମ୍ମାନରେ ସମ୍ମାନିତ କରିଥିଲେ । ଉକ୍ତ ସମାରୋହରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାହିତ୍ୟିକ, ଗବେଷକ, ଶିକ୍ଷବିଦ, ସମାଜସେବୀ, କଳାକାର ଏହି ଅବସରରେ ଉପସ୍ଥିତ ଥିଲେ। ଡ଼. ପ୍ରଧାନଙ୍କ ଭବିଷ୍ୟତ ସଫଳତା କାମନା କରିଥିଲେ ।ଡ଼. ପ୍ରଧାନଙ୍କ ଏହି ସଫଳତା ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ