ଫିରିଙ୍ଗିଆ ବ୍ଲକରେ ଜନପ୍ରତିନିଧିଙ୍କୁ ଅଣଦେଖା : ବିଡ଼ିଓଙ୍କୁ ଦାବିପତ୍ର ଦେଲା ବ୍ଲକ ସରପଞ୍ଚ ସଂଘ
Memorandum of Sarapanch Association to BDO
ଫୋଟ


କନ୍ଧମାଳ, ୨୨ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଜନପ୍ରତିନିଧି ମାନଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରିବା ସହ କୌଣସି କାର୍ଯ୍ୟ ଜନପ୍ରତିନିଧି ମାନଙ୍କ ଅଜାଣତରେ ଓ ନିଜ ଇଚ୍ଛାରେ କାର୍ଯ୍ୟର ବିଲ୍ କରୁଥିବା ନେଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଯାହାକୁ ନେଇଁ ଦୀର୍ଘ ଦିନରୁ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ବାରମ୍ବାର ସମିତି ବୈଠକ ସହ ବିଭିନ୍ନ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। କିନ୍ତୁ ଆଲୋଚନା ପାଇଁ ବାରମ୍ବାର ସ୍ଥାନୀୟ ବିଡ଼ିଓଙ୍କୁ ଦାବୀ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ଏହାକୁ କୌଣସି ଗୁରୁତ୍ୱ ଦେଉନଥିବା ବେଳେ ଏବେ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି l ଯାହାକୁ ନେଇ ଫିରିଙ୍ଗିଆ ପଞ୍ଚାୟତ ସମିତିର ସମସ୍ତ ଜନପ୍ରତିନିଧି ମାନଙ୍କୁ ଅଣଦେଖା ହେତୁ ସରକାରଙ୍କ ସମସ୍ତ କାର୍ଯ୍ୟରେ ଅସହଯୋଗ ନିମନ୍ତେ ବ୍ଲକ ସରପଞ୍ଚ ସଂଘ ଫିରିଙ୍ଗିଆ ତରଫରୁ ସ୍ଥାନୀୟ ବିଡ଼ିଓ ଅନୁପ ଅଭିଶେକ ବେହେରା ଉପସ୍ଥିତ ନ ଥିବା ସ୍ଥଳେ ଜିପିଇଓ ଦାୟିତ୍ୱ ରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦିଗାଲଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି l ତେବେ ସଂଘର ସୂଚନା ପ୍ରକାରେ ଫିରିଙ୍ଗିଆ ପଞ୍ଚାୟତ ସମିତିର ଜନପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟମାନେ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ହେତୁ ବିଗତ ଦିନରେ ସମିତି ବୈଠକ ଓ ବିଭିନ୍ନ ବୈଠକ ବର୍ଜନ ସହ ଅସହଯୋଗ କରିଥିଲେ କିନ୍ତୁ ବ୍ଲକ ପ୍ରଶାସନ କୌଣସି ଗୁରୁତ୍ୱ ନ ଦେଇ ସମାଧାନ ପନ୍ଥା ବାହାର କରିବା ପରିବର୍ତ୍ତେ ଆଲୋଚନା ମଧ୍ୟ କଲେ ନାହିଁ। ତେଣୁ ବାଧ୍ୟ ହୋଇ ସଂଘ ତରଫରୁ ଆଲୋଚନା କରି ଯେଉଁ ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ଏହାର ସମାଧାନର ପନ୍ଥା ବାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ କାର୍ଯ୍ୟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗ ନିଷ୍ପତି ଗ୍ରହଣ କରିବା ସହ ସଂଘ ତରଫରୁ ଲିଖିତ ଦାବୀ ଉପସ୍ଥାପନା କରିଛନ୍ତି l

ଅନ୍ୟ ପଟେ ଜନପ୍ରତିନିଧିଙ୍କ ଅସହଯୋଗ ହେତୁ ବିଭିନ୍ନ ବିଲ୍ ଠିକ୍ ଭାବରେ ହୋଇପାରୁ ନାହିଁ ଯାହାଦ୍ୱାରା ଠିକରେ କାର୍ଯ୍ୟ କରିଥିବା ଠିକାଦାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି I

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande