ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡ
ମାଲକାନଗିରି, ୨୨ ଜୁନ୍ (ହି.ସ.)- ଏକ ହତ୍ୟାକାରୀକୁ ମାଲକାନଗିରି ଜ଼ିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ୨୦୨୦ ମସିହାରେ ତାରଲାକୋଟା ଗ୍ରାମର ସୁବାଷ ଭୂୟାଁକୁ ସେହି ଗ୍ରାମର ବାଜା ମାଡ଼କାମୀ ତୀର ବିନ୍ଧି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ
ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡ


ମାଲକାନଗିରି, ୨୨ ଜୁନ୍ (ହି.ସ.)- ଏକ ହତ୍ୟାକାରୀକୁ ମାଲକାନଗିରି ଜ଼ିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ୨୦୨୦ ମସିହାରେ ତାରଲାକୋଟା ଗ୍ରାମର ସୁବାଷ ଭୂୟାଁକୁ ସେହି ଗ୍ରାମର ବାଜା ମାଡ଼କାମୀ ତୀର ବିନ୍ଧି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମାଲକାନଗିରି ପୋଲିସ ଅଭିଯୁକ୍ତ ବାଜା ମାଡ଼କାମୀ ବିରୁଦ୍ଧରେ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ଏହି ମାମଲାରେ ଆଜି ୩୫ଟି ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଓ ଉଭୟ ପକ୍ଷଙ୍କ ଜବାବ ସୁଆଲ ଶୁଣି ମାଲକାନଗିରି ଜ଼ିଲ୍ଲା ଦୌରାଜଜ ରାଜଲଷ୍ମୀ ପଟ୍ଟନାୟକ ଅଭିଯୁକ୍ତ ବାଜା ମାଡ଼କାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜ଼ିଲ୍ଲା ଦୌରାଜଜ ମୃତକ ସୁବାସ ଭୂୟାଁଙ୍କ ସ୍ତ୍ରୀ ଲଷ୍ମୀ ଭୂୟାଁକୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ପ୍ରଦାନ କରିଛନ୍ତି। ଏହି ମାମଲାଟିକୁ ସରକାରଙ୍କ ତରଫରୁ ପବ୍ଲିକ ପ୍ରୋସେକ୍ୟୁଟର ଯୋଗେନ୍ଦ୍ର ରାଇକା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande