ଜିଲ୍ଲାର ଇଂରାଜୀ ନାମ ପରିବର୍ତନ, ଜିଲ୍ଲାବାସୀ ଆନନ୍ଦିତ
କେନ୍ଦୁଝର, ୨୨ ଜୁନ୍ (ହି.ସ.) - ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତି ପାଳନ କରୁଛନ୍ତି। ଓଡିଆ ଅସ୍ମିତାକୁ ପାଥେୟ କରି ରାଜ୍ୟ ସରକାର ଆସିବା ପରେ ଇଂରେଜ ଅମଳରୁ ଅପଭ୍ରଂଶ ହୋଇ ରହିଥିବା ଜିଲ୍ଲା, ବ୍ଲକ୍, ସହର ନାମ ପରିବର୍ତନ ନେଇ ପ୍ରୟାସ ଆରମ୍ଭ କରିଥଲେ। ଏନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥଲେ। ଏହି କ
Name change


କେନ୍ଦୁଝର, ୨୨ ଜୁନ୍ (ହି.ସ.) - ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତି ପାଳନ କରୁଛନ୍ତି। ଓଡିଆ ଅସ୍ମିତାକୁ ପାଥେୟ କରି ରାଜ୍ୟ ସରକାର ଆସିବା ପରେ ଇଂରେଜ ଅମଳରୁ ଅପଭ୍ରଂଶ ହୋଇ ରହିଥିବା ଜିଲ୍ଲା, ବ୍ଲକ୍, ସହର ନାମ ପରିବର୍ତନ ନେଇ ପ୍ରୟାସ ଆରମ୍ଭ କରିଥଲେ। ଏନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥଲେ। ଏହି କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ ୨୬ ଜିଲ୍ଲାର ୬୪ ସ୍ଥାନର ଇଂରାଜୀ ନାମ ପରିବର୍ତନ କରିଛନ୍ତି। ଓଡିଆ ନାମ ଅନୁସରଣ କରି ଏହି ସ୍ଥାନ ମାନଙ୍କର ଇଂରାଜୀ ନାମ ସମାନ କରାଯାଇଥିବା ନେଇ ଆଜି ରାଜ୍ୟ ସରକାର ଙ୍କ ପକ୍ଷରୁ ନୋଟିଫିକସନ୍ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାର ଇଂରାଜୀ ବନାନ କେଉଁଝର ର ସଠିକ କରି କେନ୍ଦୁଝର, କେଉଁଝର ଗରରୁ କେନ୍ଦୁଝରଗଡ଼, ବରବିଲରୁ ବଡବିଲ ନାମ ପରିବର୍ତନ କରାଯାଇଛି। ଇଂରେଜ ଅମଳରୁ ଅପଭ୍ରଂଶ ହୋଇ ରହିଥିବା ନାମ ପରିବର୍ତନ ନେଇ ଖୁସି ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ। ବୁଦ୍ଧିଜୀବି, ସମାଜସେବୀ, ବିଧାୟକ ଏହି ନାମ ପରିବର୍ତନ ନେଇ ରାଜ୍ୟ ମୋହନ ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande