
ଭୁବନେଶ୍ୱର, ୨୨ ଜୁନ୍ (ହି.ସ.) - ରାୟଗଡ଼ାରେ ପିଲାଚୋର ସନ୍ଦେହରେ ଯୁବତୀଙ୍କୁ ମାଡ଼ ଘଟଣାରେ ଜାତୀୟ ମହିଳା ଆୟୋଗ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ଜାତୀୟ ମହିଳା ଆୟୋଗ ଓଡ଼ିଶା ପୋଲିସ ଓ ସମ୍ପୃକ୍ତ ପ୍ରଶାସକଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କୁ ସୁରକ୍ଷା ଓ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା