୭,୯୦୦ ଚାଷୀଙ୍କଠାରୁ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ
ନୂଆପଡ଼ା, ୨୨ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଚଳିତ ଖରିଫ ବିପଣନ ଋତୁରେ ଧାନ କ୍ରୟ ପ୍ରକ୍ରିୟା ସୁଚାରୁ ଭାବେ ଆଗେଇ ଚାଲିଛି। ଜିଲ୍ଲା ପ୍ରଶାସନର ନିରନ୍ତର ତଦାରଖ ଓ ସମନ୍ୱିତ ପ୍ରୟାସ ଫଳରେ ଚାଷୀମାନଙ୍କଠାରୁ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ ଭାବେ ଧାନ ସଂଗ୍ରହ କରାଯାଉଛି। ୨୨ ଜୁନ ୨୦୨୬ ସୁଦ୍ଧା ଜିଲ୍ଲାର
Nuapada jilla re dhan kraya


ନୂଆପଡ଼ା, ୨୨ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଚଳିତ ଖରିଫ ବିପଣନ ଋତୁରେ ଧାନ କ୍ରୟ ପ୍ରକ୍ରିୟା ସୁଚାରୁ ଭାବେ ଆଗେଇ ଚାଲିଛି। ଜିଲ୍ଲା ପ୍ରଶାସନର ନିରନ୍ତର ତଦାରଖ ଓ ସମନ୍ୱିତ ପ୍ରୟାସ ଫଳରେ ଚାଷୀମାନଙ୍କଠାରୁ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ ଭାବେ ଧାନ ସଂଗ୍ରହ କରାଯାଉଛି। ୨୨ ଜୁନ ୨୦୨୬ ସୁଦ୍ଧା ଜିଲ୍ଲାର ୫୧ଟି ଧାନ କ୍ରୟ କେନ୍ଦ୍ର (ପିପିସି) ମଧ୍ୟରୁ ୩୬ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିବାବେଳେ ଦିନକ ମଧ୍ୟରେ ୪୩୮ ଜଣ ଚାଷୀଙ୍କଠାରୁ ୨୦,୯୫୭.୮୬ କ୍ୱିଂଟାଲ ଧାନ କ୍ରୟ କରାଯାଇଛି। ଅଦ୍ୟାବଧି ଜିଲ୍ଲାର ମୋଟ ୭,୯୦୦ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିଥିବାବେଳେ ସର୍ବମୋଟ ୪,୦୩,୫୯୭.୫୮ କ୍ୱିଂଟାଲ ଧାନ କ୍ରୟ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିୟମିତ ସମୀକ୍ଷା ଯୋଗୁଁ ଧାନ କ୍ରୟ ପ୍ରକ୍ରିୟାକୁ ଚାଷୀବନ୍ଧବ, ସ୍ୱଚ୍ଛ ଏବଂ ସମୟୋପଯୋଗୀ କରାଯାଇପାରିଛି। ଚାଷୀମାନଙ୍କ ସୁବିଧା ଏବଂ ସେମାନଙ୍କ ଉତ୍ପାଦିତ ଧାନର ସଠିକ୍ ଉପଯୁକ୍ତ ମୂଲ୍ୟ ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ସହ ଆଗାମୀ ଦିନରେ ମଧ୍ୟ ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁ ଭାବେ ଜାରି ରଖାଯିବ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande