
ଭୁବନେଶ୍ୱର, ୨୨ ଜୁନ୍ (ହି.ସ.)- ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା(ଦିନ ତାପମାତ୍ରା) ୨ରୁ ୩ ଡ଼ିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାପରେ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା(ଦିନ ତାପମାତ୍ରା)ରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଏବଂ ପରବର୍ତୀ ସମୟରେ ୨ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ