
ଭୁବନେଶ୍ୱର, ୨୨ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସୋନପୁର ଜିଲ୍ଲାର ସୋନପୁରରେ ସର୍ବାଧିକ ୭୧.୨ ମି.ମି. ବର୍ଷା ରେକର୍ଡ ହୋଇଛି ।
ସେହିପରି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ୬୫.୦ ମି.ମି., ବୌଦ୍ଧ ଜିଲ୍ଲାର ଖଇରମାଳରେ ୪୭.୬ ମି.ମି., କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ୪୧.୧ ମି.ମି., ସୋନପୁର ଜିଲ୍ଲାର ବିନିକାରେ ୩୮.୦ ମି.ମି., ବାଲେଶ୍ୱର ଜିଲ୍ଲାର ଖଇରାରେ ୩୭.୦ ମି.ମି., ବଲାଙ୍ଗିର ଜିଲ୍ଲାର ସାଲେଭଟାରେ ୩୪.୦ ମି.ମି., କଳାହାଣ୍ଡି ଜିଲ୍ଲାର କଲମପୁରରେ ୩୨.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୩୧.୦ ମି.ମି., ଲହୁଣିପଡାରେ ୩୦.୦ ମି.ମି., ସୁନ୍ଦରଗଡ଼ରେ ୨୯.୬ ମି.ମି., ବରଗଡ଼ ଜିଲ୍ଲାର ବରପାଲିରେ ୨୮.୦ ମି.ମି. ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୨୪.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ