
ବଲାଙ୍ଗିର, ୨୨ ଜୁନ୍ (ହି.ସ.)- ପାତାଞଳୀ ମହିଳା ସମିତି ଦ୍ବାରା ରାଜେନ୍ଦ୍ର ପାର୍କରେ ମହା ସମାରୋହରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଏଥିରେ ଉତ୍କଳ ମହିଳା ଵିକାଶ ପରିଷଦ, ଆଦ୍ୟାଶକ୍ତି ନାରିସଂଗଠନ, ମାଲପଡା ରାମାସ୍ବମୀ ମହିଳା କମିଟିର ସଦସ୍ୟା ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଭୋର ୫ଟା ଠାରୁ ସକାଳ ୭ଟା ପର୍ଯ୍ୟନ୍ତଚାଲିଥିଲା।
କାର୍ଯ୍ୟକ୍ରମକୁ ବଲାଙ୍ଗୀର ଜିଲ୍ଲା ପାତାଞଳୀର ମହିଳା ପ୍ରଭାରୀ ସୁଶ୍ରୀ ସୂଜାତା ଦିଶୀରୀ, ମହାମନ୍ତ୍ରୀ ଶ୍ରୀମତୀ ନିହାରିକା ମିଶ୍ର, ସଂଗଠନ ମନ୍ତ୍ରୀ ସରୋଜା ମାଝୀ ଓ କୋଷାଧ୍ୟକ୍ଷ ଦୀପ୍ତିମୟୀ ମିଶ୍ରଙ୍କ ତତ୍ଵାବଧାନରେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମଟି ଚଳିତ ବର୍ଷ ଦିଆଯାଇଥିବା ପ୍ରୋଟୋକଲ୍ ହିସାବରେ ଯୋଗ କରାଯାଇଥିଲା। ଏଥିରେ ଶତାଧିକ ମହିଳା ଶିଶୁ ଏବଂ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ