ବର୍ଷା ଦିନିଆ ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨୨ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷାରେ ଭିଜିଲେ ଅଶୁଦ୍ଧ ଜଳ ପାନ କଲେ ଥଣ୍ଡା, ସର୍ଦ୍ଦି
Wryrwyuu


ଗଞ୍ଜାମ, ୨୨ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷାରେ ଭିଜିଲେ ଅଶୁଦ୍ଧ ଜଳ ପାନ କଲେ ଥଣ୍ଡା, ସର୍ଦ୍ଦି, ଆକ୍ଷି ଧାରା, କୃମି ଆଦି ରୋଗ ହେବ। ମାଛି ବସା ଖାଦ୍ୟ ଓ ଗୋଳିଆ ପାଣି ପିଇଲେ, ଅତିସାର, ପ୍ରବାହିକା, ଟାଇଫୋଏଡ ରୋଗ ହେବ। ମଶା କାମୁଡ଼ିଲେ ଶ୍ଳୀପଦ, ମ୍ୟାଲେରିଆ, ମଶା ଜନ୍ୟ ରୋଗ ହେବ। ଅନ୍ଧାରରେ ବୁଲିଲେ ବିଛା, ସର୍ପ କାମୁଡ଼ିବେ ଏଥିରୁ ରକ୍ଷା ପାଇବା ପାଇଁ ଏହି ସବୁ କାରଣ ଠାରୁ ଦୂରେଇ ରୁହନ୍ତୁ , ଗରମ ପାଣି ଓ ଖାଦ୍ୟ ଖାଆନ୍ତୁ। ଅଦା, ତୁଳସୀ, ରସୁଣ ଓ ଗୁଳୁଚି ରସ ସେବନ କରନ୍ତୁ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande