

ସମ୍ବଲପୁର, ୨୨ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟରେ ଆଜି ସମ୍ବଲପୁର ଜିଲ୍ଲାପାଳ ସମ୍ବଲପୁର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କର ଏକ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୮୯ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୬୦ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବାବେଳେ, ୨୩ଟି ସମସ୍ୟା ଗୋଷ୍ଠୀଗତ ସମସ୍ୟା ସହିତ ଜଡ଼ିତ ଥିଲା। ସି.ଏମ୍. ଆର୍.ଏଫ୍. ଅଧିନରେ ୨ ଜଣ ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କା ଓ ରେଡ଼କ୍ରସ ଅଧିନରେ ୪ ଜଣ ବ୍ୟକ୍ତିଙ୍କୁ ୪୫,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ