ଦାବୀ ପୂରଣ ନେଇ ରାଜସ୍ଵ କ୍ଷେତ୍ର କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ
ଚମ୍ପୁଆ, ୨୨ ଜୁନ୍ (ହି.ସ.)- ଚମ୍ପୁଆ ତହସିଲ କାର୍ଯ୍ୟାଳୟରେ ରାଜସ୍ୱ କର୍ମଚାରୀଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା ସହ କଳା ବ୍ୟାଚ୍ ପରିଧାନ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଆହ୍ୱାନ କ୍ରମେ ବିଭିନ୍ନ ଦାବି ପୂରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି । ଚମ୍ପୁଆ ତହ
ଦାବୀ ପୂରଣ ନେଇ ରାଜସ୍ଵ କ୍ଷେତ୍ର କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ


ଚମ୍ପୁଆ, ୨୨ ଜୁନ୍ (ହି.ସ.)- ଚମ୍ପୁଆ ତହସିଲ କାର୍ଯ୍ୟାଳୟରେ ରାଜସ୍ୱ କର୍ମଚାରୀଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା ସହ କଳା ବ୍ୟାଚ୍ ପରିଧାନ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଆହ୍ୱାନ କ୍ରମେ ବିଭିନ୍ନ ଦାବି ପୂରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି । ଚମ୍ପୁଆ ତହସିଲରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର ଓ ଅମିନମାନେ ଏନେଇ ପୂର୍ବରୁ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଦାବି ପ୍ରତି ସରକାରୀ ସ୍ତରରେ ଉଦାସୀନତା ପ୍ରଦର୍ଶନ କରାଯାଉଥିବାରୁ, ସଂଘ ମିଶନ ସ୍ୱାଭିମାନ ଆନ୍ଦୋଳନ ଘୋଷଣା କରି ଆଜିଠାରୁ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟ କରୁଛନ୍ତି ।

ରାଜ୍ୟରେ ପ୍ରାୟ ୪୬ ପ୍ରତିଶତ ରାଜସ୍ୱ କ୍ଷେତ୍ର ପଦବୀ ଖାଲି ରହିଛି । ଏହା ସହିତ ଗ୍ରୁପ-ଡି କର୍ମଚାରୀଙ୍କ ଅଭାବ ଯୋଗୁଁ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଅମାନବୀୟ କାର୍ଯ୍ୟଭାର ବଢ଼ି ଚାଲିଛି । ତେଣୁ ତୁରନ୍ତ ଖାଲି ପଦବୀ ପୂରଣ ଓ କ୍ୟାଡର ପୁନର୍ଗଠନ ପାଇଁ ଦାବି ହୋଇଛି । ରାଜସ୍ୱ କର୍ମଚାରୀମାନଙ୍କୁ ବିଭିନ୍ନ ଅଣ-ରାଜସ୍ୱ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ସେମାନେ ମୂଳ କାର୍ଯ୍ୟ ଠିକ୍ ଭାବେ କରିପାରୁ ନାହାନ୍ତି । ଏଥିରୁ ସେମାନଙ୍କୁ ମୁକ୍ତ ରଖିବାକୁ ଦାବି କରାଯାଇଛି । ସି୨ସି କାର୍ଯ୍ୟର ସରଳୀକରଣ ସହ ଆବଶ୍ୟକୀୟ ଲାପଟପ୍, ପ୍ରିଣ୍ଟର, ଓ ଇଣ୍ଟରନେଟ ସୁବିଧା ଯୋଗାଇବା ଏବଂ ଭ୍ରମଣ ଭତ୍ତା ଓ ମୋବାଇଲ ଭତ୍ତା ବୃଦ୍ଧି ସହ ଠିକ୍ ସମୟରେ ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ଅଛି । ସଂଘର ଜିଲ୍ଲା ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଯଦି ଦାବି ପୂରଣ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ତେଜିୟାନ କରାଯିବ। ଜୁନ ୨୫ ତାରିଖ ସମସ୍ତ ସରକାରୀ ହ୍ୱାଟସଆପ୍ ଗ୍ରୁପରୁ ବହିଷ୍କାର ବା ବାହାରିଯିବେ । ଦାବି ପୂରଣ ନହେଲେ ସମଗ୍ର ରାଜ୍ୟରେ ଜୁଲାଇ ୧ତାରିଖ ଗଣଛୁଟି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande