ଏସଏଚଭିଆରରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା
ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସଏଚଭିଆର) ୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ୧୦ ଟି ବିଦ୍ୟାଳୟକୁ ଚୟନ କରାଯାଇଛି । ଓଡ଼ିଶାର ପ୍ରାୟ ୨୦ ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନୋମିନେଟ୍ କର
ଏସଏଚଭିଆରରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା


ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସଏଚଭିଆର) ୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ୧୦ ଟି ବିଦ୍ୟାଳୟକୁ ଚୟନ କରାଯାଇଛି । ଓଡ଼ିଶାର ପ୍ରାୟ ୨୦ ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନୋମିନେଟ୍ କରାଯାଇଥିଲା, ଯେଉଁଥିରୁ ୧୦ ଟି ବିଦ୍ୟାଳୟକୁ ଏସଏଚଭିଆର ୨୦୨୫-୨୬ ଅନ୍ତର୍ଗତ ଜାତୀୟ ପୁରସ୍କାର ଏବଂ ସ୍ୱୀକୃତି ପାଇଁ ମନୋନୀତ କରାଯାଇଛି ।

ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ ବା ଏସଏଚଭିଆର ମୁଖ୍ୟତଃ ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡ ଉପରେ ବିଦ୍ୟାଳୟଗୁଡ଼ିକୁ ମୂଲ୍ୟାଙ୍କନ କରେ । ଏହି ପଦକ୍ଷେପ ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ସୁସ୍ଥ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ ।

ଏହି ଜାତୀୟସ୍ତରୀୟ ମାନ୍ୟତା ଓଡ଼ିଶାର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସକୁ ପ୍ରତିଫଳିତ କରୁଛି । ଏହି ସ୍ୱୀକୃତି ପାଇବା ପରେ ବିଦ୍ୟାଳୟସ୍ତରରେ ପରିବେଶ ସୁରକ୍ଷାର ବାର୍ତା ପହଂଚାଇବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ। ସୂଚନାଯୋଗ୍ୟ, ଜାତୀୟସ୍ତରରେ ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରୁ ୧୯୧ ସ୍କୁଲକୁ ଏସଏଚଭିଆର ୨୦୨୫-୨୬ ଅଧୀନରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ସ୍ୱୀକୃତି ପ୍ରମାଣପତ୍ର ଏବଂ ତିନି ଦିନିଆ ଏକ୍ସପୋଜର ପରିଦର୍ଶନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande