
ଜୟପୁର, ୨୨ ଜୁନ୍ (ହି.ସ.) - ଫେରାର ୫ ଅଭିଯୁକ୍ତ କୁ ଗିରଫ କରିଛି କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେହେଲ ଅନ୍ତା ଗ୍ରାମର ସୁରେନ୍ଦ୍ର ଅନକା (୪୬) , ସୌରାଗୁଡା ର ବଣସିଂଘ ନାଗ (୬୦) କେରାପୁଟ ଗ୍ରାମର ରାକେଶ ଏଲିସ କିଶାନ ହରିଜନ (୨୨), ଜୟପୁର ନୁଆସାହି ଦ୍ୱିତିୟ ଲାଇନ ର କେ ପ୍ରବିଣ କୁମାର (୨୫) ଡୁମୁରିଗୁଡା ଗ୍ରାମର ବାବୁଲା ନାଗ (୨୬) । ୫ ଅଭିଯୁକ୍ତ ନାମରେ ଜୟପୁର ସଦର ଥାନା ରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି