ସ୍କୁଟି ଚୋରି ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
ସ୍କୁଟି ଚୋରି ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
ସ୍କୁଟି ଚୋରି ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ


ସମ୍ବଲପୁର, ୨୨, ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବରହାକୁନି ଗ୍ରାମରେ ଘଟିଥିବା ଏକ ସ୍କୁଟି ଚୋରି ଘଟଣାକୁ ତଦନ୍ତ କରି ଏହାର ପର୍ଦ୍ଦାଫାଶ କରିଛି ବୁର୍ଲା ଥାନା ପୋଲିସ। ଏହି ମାମଲାରେ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ଚୋରି ହୋଇଥିବା ସ୍କୁଟିକୁ ମଧ୍ୟ ଜବତ କରିଛି । ବୁର୍ଲା ଥାନା ପୋଲିସର ସୂଚନା ଅନୁଯାୟୀ, ବରହାକୁନି ଗ୍ରାମର ଅନିଲ କୁମାର ପାଇକ ଗତ ୨୧ ଜୁନ ରାତିରେ ନିଜ ଘର ସମ୍ମୁଖରେ ତାଙ୍କର ଓଡି ୧୭ ବି ୫୯୪୦ ନମ୍ବର ହୋଣ୍ଡା ଆକ୍ଟିଭା ରଖିଥିଲେ। ମାତ୍ର ପରଦିନ ୨୨ ତାରିଖ ସକାଳେ ସ୍କୁଟିଟି ନିର୍ଦ୍ଦିଷ୍ଟ ସ୍ଥାନରେ ନଥିବା ଦେଖି ସେ ବହୁ ଖୋଜାଖୋଜି କରି ଶେଷରେ ସ୍କୁଟିଟି ଚୋରି ହୋଇଥିବା ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସର ତଦନ୍ତ ବେଳେ ବରହାକୁନି ଗ୍ରାମର ୨୨ ବର୍ଷିୟ ସୁଭ୍ରାଂଶୁ ଶେଖର ପାଇକ ଓରଫ ଟାପୁ ସ୍କୁଟିକୁ ଚୋରି କରି ପୋଟାପାଲି ଗ୍ରାମରେ ରଖିଥିବା ଜଣାପଡ଼ିଥିଲା। ପୋଲିସ ସେଠାରେ ଚଢାଉ କରି ଚୋରି ସ୍କୁଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିଲା।

ଆଜି ଗିରଫ ଅଭିଯୁକ୍ତ ଠାରୁ ଚୋରି ସମ୍ପର୍କିତ ସମସ୍ତ ତଥ୍ୟ ହସ୍ତଗତ କରିବା ପରେ ୧୭୯/୨୬ ମାମଲାରେ କୋର୍ଟ ଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande