ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାନ୍ଧୀଗୁଡ଼ାରେ ସ୍ୱତନ୍ତ୍ର ନିର୍ବାଚନ ଶିବିର: ଶତପ୍ରତିଶତ ଭୋଟର ଫର୍ମ ଡିଜିଟାଇଜେସନ ସହ ବଂଟାଗଲା କ୍ରୀଡ଼ା ସାମଗ୍ରୀ
ମାଲକାନଗିରି, ୨୨ ଜୁନ୍ (ହି.ସ.) - ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତୀ ଏକ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୪୭-ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍
ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାନ୍ଧୀଗୁଡ଼ାରେ ସ୍ୱତନ୍ତ୍ର ନିର୍ବାଚନ ଶିବିର: ଶତପ୍ରତିଶତ ଭୋଟର ଫର୍ମ


ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାନ୍ଧୀଗୁଡ଼ାରେ ସ୍ୱତନ୍ତ୍ର ନିର୍ବାଚନ ଶିବିର: ଶତପ୍ରତିଶତ ଭୋଟର ଫର୍ମ


ମାଲକାନଗିରି, ୨୨ ଜୁନ୍ (ହି.ସ.) - ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତୀ ଏକ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୪୭-ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପେପରମେଟଲା ଗ୍ରାମ ପଂଚାୟତ ସ୍ଥିତ ଗାନ୍ଧୀଗୁଡ଼ା ଗ୍ରାମରେ ଏହି ସ୍ୱତନ୍ତ୍ର ନିର୍ବାଚନ ପ୍ରକ୍ରିୟା ଓ ଡିଜିଟାଇଜେସନ କ୍ୟାମ୍ପ ଆୟୋଜନ କରାଯାଇଥିଲା। ସୀମାନ୍ତ ଅଂଚଳର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ନିର୍ବାଚନ ସମ୍ବନ୍ଧୀୟ ଫର୍ମଗୁଡ଼ିକର ଶତପ୍ରତିଶତ ଡିଜିଟାଇଜେସନ ହାସଲ କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ସ୍ୱତନ୍ତ୍ର ଶିବିରରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୋମନାଥ ପ୍ରଧାନ, ଚିତ୍ରକୋଣ୍ଡା ତହସିଲଦାର ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନଟବର ଗରଡ଼ା, ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଏଇଆରଓ ପ୍ରୀତା କୁମାରୀ , ସହକାରୀ ଜିଲ୍ଲାପାଳ ନିର୍ବାଚନ ତଥା ଏଇଆରଓ କେ. ଅଶୋକ ଚକ୍ରବର୍ତୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ ପ୍ରମୁଖ ଉପସ୍ଥିତ ଥିଲେ।ଉପସ୍ଥିତ ପ୍ରଶାସନିକ ଅଧିକାରୀ, ପେପରମେଟଲା ସରପଂଚ, ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପେପରମେଟଲା ପଂଚାୟତର ସମସ୍ତ ଭୋଟର ସଂଶୋଧନ ଓ ଚିଠା ସଂଗ୍ରହ ଫର୍ମ ଶତପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇଛି। ଏହା ସହିତ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ବହୁ ସଂଖ୍ୟାରେ ଫର୍ମ-୬ ସଂଗ୍ରହ କରାଯାଇଛି। ଏହି ଅବସରରେ ଗ୍ରାମୋଦୟ ଯୋଜନା ଅଧୀନରେ ପେପରମେଟଲା ପଂଚାୟତର ସ୍ଥାନୀୟ ଯୁବକମାନଙ୍କୁ ପ୍ରଶାସନ ତରଫରୁ କ୍ରୀଡ଼ା ସାମଗ୍ରୀ ମଧ୍ୟ ବଂଟନ କରାଯାଇଛି। ସୀମାନ୍ତବର୍ତୀ ଦୁର୍ଗମ ଅଂଚଳରେ ପ୍ରଶାସନ ପହଂଚି ଏଭଳି ଜନହିତକର କାର୍ଯ୍ୟ କରିଥିବାରୁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ବ୍ୟକ୍ତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande