ତିହିଡିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ
ଭଦ୍ରକ, ୨୨ ଜୁନ୍ (ହି.ସ.) - ଏହି ଜିଲାର ତିହିଡି ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୭୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୪୨ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୩୦ଟି ଗ୍ରାମୀଣ
TIHIDI JANA SUNANI ABHIJOG


ଭଦ୍ରକ, ୨୨ ଜୁନ୍ (ହି.ସ.) - ଏହି ଜିଲାର ତିହିଡି ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୭୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୪୨ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୩୦ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୫ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୩ ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠି ମାଧ୍ୟମରେ ୫ଜଣ ଅଭିଯୋଗକାରୀଙ୍କୁ ମୋଟ ୨୬,୦୦୦/- ଟଙ୍କା ମଞ୍ଜୁର କରାଯାଇଛି। ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଡଃ ଦିଲ୍ଲୀପ ରାଉତରାୟ, ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ ପ୍ରହରାଜ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବ୍ଲକ ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ, ତହସିଲଦାର ଶୁବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande