ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି - ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି
ଭୁବନେଶ୍ୱର, ଜୁନ ୨୨ (ହି.ସ)- ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ଏହି ସୂଚନା ଦେଇଛନ୍ତି। ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ , ଶିବାନୀ ଓ ଫୁଲମଣି ଜୁଆଙ୍ଗ । ଗତକ
ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି - ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି


ଭୁବନେଶ୍ୱର, ଜୁନ ୨୨ (ହି.ସ)- ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ଏହି ସୂଚନା ଦେଇଛନ୍ତି। ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ , ଶିବାନୀ ଓ ଫୁଲମଣି ଜୁଆଙ୍ଗ । ଗତକାଲି ତାମିଲନାଡୁର ତିରିଭଲୁର ଜିଲ୍ଲା ପେରିୟାପାଲିଆମରେ ସି ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଯୋଗୁଁ ଓଡ଼ିଆ ଶ୍ରମିକ ମୃତାହତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ତାମିଲନାଡୁ ଗସ୍ତ କରିଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ସହାୟତା ଘୋଷଣା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande