ବଳଦେବଜୀଉ ନର୍ସିଙ୍ଗ କଲେଜ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି
ଚେୟାରମ୍ୟାନ କଳାକାର ରାଉତ ହେଉଛନ୍ତି କଲେଜର ରବର ଷ୍ଟାମ୍ପ : ପ୍ରିନ୍ସପାଲ କେନ୍ଦ୍ରାପଡ଼ା 22 ଜୁନ୍ (ହି.ସ.): କେନ୍ଦ୍ରାପଡ଼ା କଜଳା ଠାରେ ଥିବା ବଳଦେବଜୀଉ ନର୍ସିଙ୍ଗ କଲେଜରେ ଦେଖିବାକୁ ମିଳିଛି ରୋଚକ ଘଟଣା ।କେଲେଜର ଚେୟାରମ୍ୟାନ ଓ ପ୍ରିନ୍ସପାଲ ମୁହାଁ ମୁହିଁ । ପ୍ରବଳ ଉତ୍ତେଜନା ଫଳରେ ପୋଲିସକୁ ଡ
ବଳଦେବଜୀଉ ନର୍ସିଙ୍ଗ କଲେଜ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି


ଚେୟାରମ୍ୟାନ କଳାକାର ରାଉତ ହେଉଛନ୍ତି କଲେଜର ରବର ଷ୍ଟାମ୍ପ : ପ୍ରିନ୍ସପାଲ

କେନ୍ଦ୍ରାପଡ଼ା 22 ଜୁନ୍ (ହି.ସ.): କେନ୍ଦ୍ରାପଡ଼ା କଜଳା ଠାରେ ଥିବା ବଳଦେବଜୀଉ ନର୍ସିଙ୍ଗ କଲେଜରେ ଦେଖିବାକୁ ମିଳିଛି ରୋଚକ ଘଟଣା ।କେଲେଜର ଚେୟାରମ୍ୟାନ ଓ ପ୍ରିନ୍ସପାଲ ମୁହାଁ ମୁହିଁ । ପ୍ରବଳ ଉତ୍ତେଜନା ଫଳରେ ପୋଲିସକୁ ଡାକିଲେ ସୁରକ୍ଷା ପାଇଁ ପ୍ରିନ୍ସପାଲ । ଗତକାଲି ନର୍ସିଂକଲେଜ ଚେୟାରମ୍ୟାନ ବିଧାୟକଙ୍କ ନା ଧରି ଧମକ ଦେବା ଘଟଣା ଗଣମାଧ୍ୟମରେ ସାମ୍ନାକୁ ଆଣିବା ପରେ ବିବାଦ ଲାଗି ରହିଥିବାରୁ କଲେଜ କ୍ୟାମ୍ପସରେ ଆଜି କଲେଜ ଚେୟାରମ୍ୟାନ ପହଂଚିବା ପରେ ପିଲା ମାନଙ୍କ ସହ କିଛି ସମୟ ଆଲୋଚନା କରୁଥିବା ସମୟରେ ପ୍ରିନ୍ସପାଲ ମାଡାମ ଜଣକ ସହ ବାକ ଯୁଦ୍ଧ ଆରମ୍ଭ ହୋଇଥିଲା ଫଳରେ କ୍ୟାମ୍ପସ ଭିତରେ ଯୁକ୍ତିତର୍କ ଓ ଉତ୍ତେଜନା କଥା ସାମ୍ନାକୁ ଆସିଥିଲା ।ଚେୟାରମ୍ୟାନ ଟ୍ରଷ୍ଟି ବୋର୍ଡକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଏହି ବିବାଦ ଭିତରେ ପିଲାଙ୍କ ପାଠ ପଢା ଉପରେ ପ୍ରଭାବ ପଡୁଥିବାର ଦେଖିବାକୁ ମିଳିଛି । ଗଣମାଧ୍ୟମକୁ ଦେଖି କାହିଁକି ଚିହିଁକି ଉଠିଲେ ପ୍ରିନ୍ସପାଲ ମହାଷୟା ନିଜ ସୁରକ୍ଷା ପାଇଁ ପୋଲିସକୁ ଡାକିଲେ । ଗଣମାଧ୍ୟମ ପ୍ରତିନିଧି ମାନେ କଣ ଗୁଣ୍ଡା ସାଜି ଯାଇଥିଲେ ତାଙ୍କ ଶହ ଗଣ୍ଡଗୋଳ କରିବାକୁ । ଏଥିପାଇଁ ମହାଶୟା ପୋଲିସ ମୃତୟନ କରିଦେଲେ କଲେଜ ପରିସରରେ ।ଚେୟାରମ୍ୟାନଙ୍କ ନାମରେ ସମସ୍ତ ନଥିପତ୍ର ଥିବା ସତ୍ୱେ ଚେୟାରମ୍ୟାନଙ୍କୁ ରବର ଷ୍ଟାମ୍ପ କହିଛନ୍ତି ନର୍ସିଂ କଲେଜ ପ୍ରିନ୍ସପାଲ ।ତେବେ ଏଠି କହିବାର କଥା କଲେଜର ଚେୟାରମ୍ୟାନଙ୍କ କହିବାନୁସାରେ କଲେଜର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ସତ୍ୱେ କଲେଜର ପ୍ରିନ୍ସପାଲ ତାଙ୍କ ପଦବୀକୁ ଅବମାନନା କରିବା ସହିତ କଲେଜ ରେ ମନମୁଖୀ କାର୍ୟ୍ୟ କରୁଛନ୍ତି । କଲେଜର ଚେୟାରମ୍ୟାନ କଳାକାର ରାଉତଙ୍କ ପାଖରେ ନର୍ସିଙ୍ଗ କଲେଜର ସମସ୍ତ ଲିଗାଲ ଡକ୍ୟୁମେଣ୍ଟ ଥିବା ସତ୍ୱେ ପ୍ରିନ୍ସପାଲ ମହିଳା ହୋଇଥିବାରୁ ଚେୟାରମ୍ୟାନଙ୍କୁ ଅଣଦେଖା କରି ନିଜ ମନମାନି ଚଳାଇଛନ୍ତି

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande