ମୁରିବାହାଲରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ: ଜିଲ୍ଲାପାଳଙ୍କ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଆକସ୍ମିକ ଗସ୍ତ
ବଲାଙ୍ଗିର, 22 ଜୁନ୍ (ହି.ସ.) ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରିବାହାଲ ପଞ୍ଚାୟତ ସମିତି ବୈଠକ ଗୃହ ପରିସରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ଆପତ୍ତିଗୁଡ଼ିକ
ମୁରିବାହାଲରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ: ଜିଲ୍ଲାପାଳଙ୍କ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଆକସ୍ମିକ ଗସ୍ତ


ମୁରିବାହାଲରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ: ଜିଲ୍ଲାପାଳଙ୍କ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଆକସ୍ମିକ ଗସ୍ତ


ମୁରିବାହାଲରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ: ଜିଲ୍ଲାପାଳଙ୍କ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଆକସ୍ମିକ ଗସ୍ତ


ମୁରିବାହାଲରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ: ଜିଲ୍ଲାପାଳଙ୍କ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଆକସ୍ମିକ ଗସ୍ତ


ବଲାଙ୍ଗିର, 22 ଜୁନ୍ (ହି.ସ.)

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରିବାହାଲ ପଞ୍ଚାୟତ ସମିତି ବୈଠକ ଗୃହ ପରିସରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ଆପତ୍ତିଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ଶିବିରରେ ସମୁଦାୟ ୧୦୦ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା, ଯେଉଁଥିରେ ୨୧ଟି ସାମୁହିକ ଏବଂ ୭୯ଟି ବ୍ୟକ୍ତିଗତ ଦରଖାସ୍ତ ସାମିଲ ଥିଲା। ସେଥିମଧ୍ୟରୁ ୧୨ଟି ଅଭିଯୋଗର ତତ୍କ୍ଷଣାତ ସମାଧାନ କରାଯାଇଥିଲା, ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜନଶୁଣାଣି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଜିଲ୍ଲାପାଳ ଶ୍ରୀ ଇସଲୱାର ମୁରିବାହାଲ ସଦର ମହକୁମାରେ ଥିବା ବିଭିନ୍ନ ସରକାରୀ ପ୍ରତିଷ୍ଠାନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ଆକସ୍ମିକ ଗସ୍ତ କରିଥିଲେ। ସେ ମୁରିବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରର ବହିର୍ବିଭାଗ (OPD) ଓ ଅନ୍ତର୍ବିଭାଗ ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ଯୋଗାଣ ବ୍ୟବସ୍ଥା ଓ ପରିସରର ସ୍ୱଚ୍ଛତାର ସମୀକ୍ଷା କରିଥିଲେ। ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ମେଡିକାଲ ଅଫିସର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ, ମୁରିବାହଲ ପରିଦର୍ଶନ କରି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହ ଶୈକ୍ଷିକ ଆଲୋଚନା କରିଥିଲେ। ସେ ସ୍କୁଲର ଭିତ୍ତିଭୂମି, ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନଗାର, ପାଠାଗାର ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ।

ଶିକ୍ଷା ଗ୍ରହଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ। ରାଜ୍ୟ ମୁକ୍ତ ବିଦ୍ୟାଳୟର ଏହି ନମନୀୟ ବ୍ୟବସ୍ଥା ମଧ୍ୟବୟସ୍କମାନଙ୍କୁ ଆତ୍ମନିର୍ଭରଶୀଳ ଓ ସାକ୍ଷର କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଯେଉଁ ବୟସ୍କ ବ୍ୟକ୍ତିମାନେ କୌଣସି କାରଣବଶତଃ ପିଲାଦିନେ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିପାରି ନଥିଲେ, ସେମାନେ ଏହି ବ୍ୟବସ୍ଥା ଦ୍ୱାରା ମାଟ୍ରିକ ଓ ପରବର୍ତ୍ତୀ ଶିକ୍ଷା ଲାଭ କରିପାରିବେ। ସାକ୍ଷରତା ହାର ବୃଦ୍ଧି କରିବା ସହିତ ଶିକ୍ଷାରୁ ବଞ୍ଚିତ ବୟସ୍କମାନଙ୍କୁ ପୁଣିଥରେ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଯୁଗ୍ମ ଜନଶୁଣାଣି ଓ ପରିଦର୍ଶନ କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ତରଣୀ ସୁନା, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ଡେପୁଟି କଲେକ୍ଟର ନିବେଦିତା ସ୍ଵାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ତହସିଲଦାର ଜଗଦୀଶ କର୍ତାମୀ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande