ସାପ କାମୁଡ଼ାରେ ଯୁବ ଚାଷୀଙ୍କ ମୃତ୍ୟୁ
ବଲାଙ୍ଗିର, ୨୨ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଅନ୍ତର୍ଗତ ଗରେଇ ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଜନ୍ମଜୟ ବାଗ ଓରଫ ଏକୁ(୨୫) । ସୂଚନା ଅନୁଯାୟୀ, ରାତିରେ ଜନ୍ମଜୟ ନିଜ ଚାଷ ଜମିରେ ଶୋଇଥିବା ବେଳେ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। କ
ସାପ କାମୁଡ଼ାରେ ଯୁବ ଚାଷୀଙ୍କ ମୃତ୍ୟୁ


ବଲାଙ୍ଗିର, ୨୨ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଅନ୍ତର୍ଗତ ଗରେଇ ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଜନ୍ମଜୟ ବାଗ ଓରଫ ଏକୁ(୨୫) ।

ସୂଚନା ଅନୁଯାୟୀ, ରାତିରେ ଜନ୍ମଜୟ ନିଜ ଚାଷ ଜମିରେ ଶୋଇଥିବା ବେଳେ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। କିଛି ସମୟ ପରେ ମୁଣ୍ଡ ବୁଲାଇବା ସହ ଶରିରୀ ଅଧିକ ଅସୁସ୍ଥ ହେବାରୁ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗୀର ଭୀମ ଭୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗରେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଜନ୍ମଜୟ ଅଞ୍ଚଳର ଜଣେ ଉଦୀୟମାନ ଚାଷୀ ଭାବେ ପରିଚିତ ଥିଲେ। ସେ ଚାଷ ବାସ ସମ୍ପର୍କିତ ବିଭିନ୍ନ ସୂଚନା ଓ ଆଧୁନିକ କୃଷି ପଦ୍ଧତିକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାରୁ ଯୁବ ଚାଷୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande