
ଭୁବନେଶ୍ୱର, 22 ଜୁନ୍ (ହି.ସ.)-ଦଳ
ପକ୍ଷରୁ ହୋଇଥିବା ପିଟିସନ ସଂପୂର୍ଣ୍ଣ ନଥିଲା । 11 ବିଧାୟକ ବିଜେଡିର 8 ଏବଂ କଂଗ୍ରେସର 3 ଜଣ ବିଧାୟକଙ୍କ ପାଇଁ ଆବେଦନକୁ ଖାରଜ କରାଯାଇଛି । ଏନେଇ ବାଚସ୍ପତି
ସୁରମା ପାଢୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ତଥ୍ୟ
ପ୍ରମାଣ ଅଭାବ ଯୋଗୁଁ ଖାରଜ ହୋଇଛି । ପ୍ରତି ଆବେଦନରେ ଏନକ୍ଲୋଜର ପେପରରେ ଦସ୍ତଖତ ନାହିଁ ।
ସେହିପରି ଯିଏ ପିଟିସନର ସତ୍ୟପାଠ ଦେବା କଥା କିନ୍ତୁ ତାହା ପ୍ରାପ୍ତ ହୋଇନି । ରୁଲ 6 ର ସବ
ରୁଲ 6 ଏବଂ 7
ଅନୁସାରେ ପ୍ରୁଫ ଆଉ ଫ୍ୟାକ୍ଟ ନଥିବାରୁ ଖାରଜ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା