

ସମ୍ବଲପୁର, ୨୨ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଏକ ପ୍ରେମୀ ଯୁଗଳଙ୍କ ଭିଡିଓ ଆଜି ବିଭିନ୍ନ ବର୍ଗର ମୋବାଇଲରୁ ମୋବାଇଲ ବେଶ୍ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଏହି ଘଟଣାକୁ ନେଇ ମା’ ସମଲେଶ୍ୱରୀ ମନ୍ଦିର ପରିଚାଳନା କମିଟି ଟଷ୍ଟ ସଭାପତି ସଞ୍ଜୟ ବାବୁ କ୍ଷୋଭ ପ୍ରକାଶ କରିବା ସହ ଏଭଳି ଉଦ୍ଧତ ମାନସିକତାକୁ ତୀବ୍ର ନିନ୍ଦା କରିଛନ୍ତି। ମା'ଙ୍କ ପୀଠକୁ ଦୈନନ୍ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାବେଳେ ଏଭଳି ମାନସିକତା ନେଇ ପ୍ରେମୀ ଯୁଗଳଙ୍କ ଆଚରଣ ନିଶ୍ଚିତ ଭାବେ ଖରାପ ଧାରଣା ସୃଷ୍ଟି କରାଇବ। ସେହିପରି ମନ୍ଦିରର ସୁରକ୍ଷା ଓ ତଦାରଖ କରିବାରେ ଅବଶ୍ୟ କିଛି ସିସିଟିଭି କ୍ୟାମେରାର ଅଭାବ ରହିଛି। ପ୍ରାୟ ୪୪ ଏକର ପରିମିତ ଅଂଚଳରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ସହ ସମଲେଶ୍ୱରୀ ପ୍ରକଳ୍ପ ଛିଡ଼ା ହୋଇଥିବାବେଳେ ପରିସର ମଧ୍ୟରେ ଏଭଳି ଅଭଦ୍ରୋଚିତ ଆଚରଣ କେବେ ବି କ୍ଷମଣୀୟ ନୁହେଁ। ଆଜିର ଏହି ଘଟଣା ଧାର୍ମିକ ମନୋଭାବକୁ ଶକ୍ତ ଆଘାତ ଦେଇଛି। ତେବେ ଆଗାମୀ ଦିନରେ ମା’ ସମଲେଶ୍ୱରୀଙ୍କ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବାର ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ