
ଭୁବନେଶ୍ୱର, ୨୨ ଜୁନ୍ (ହି.ସ)- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ୮୭ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାପଣ ପରେ ଫରୱାର୍ଡ଼ ବ୍ଲକର ଜାତୀୟ ସମ୍ପାଦକ ଜୀ. ଆର. ଶିବଶଙ୍କର ପାର୍ଟିର ସଂଗ୍ରାମୀ ପତାକାକୁ ଉତୋଳନ କରି ଅକ୍ଷନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫରୱାର୍ଡ ବ୍ଲକର ଜାତୀୟ ସଂମ୍ପାଦକ କମ୍ରେଡ ଜୀ. ଆର. ଶିବଶଙ୍କର ବକ୍ତବ୍ୟ ରଖି ଫରୱାର୍ଡ଼ ବ୍ଲକର ୮୭ ବର୍ଷର ସଂଗ୍ରାମୀ ଇତିହାସ ସଂକ୍ରାନ୍ତରେ ଆଲୋକ ପାତ କରିବା ସହ ଆଜି ସରକାରୀ କଳର ଦାୟିତ୍ୱ ହୀନତା ଫଳରେ ସାଧାରଣ ମଣିଷଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏହି ଅବସରରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ବ୍ୟକ୍ତବ୍ୟ ରଖି ସ୍ୱାଧୀନତା ର ୮୯ ବର୍ଷ ପରେ ମଧ୍ୟ ନେତାଜୀଙ୍କ ସ୍ୱପ୍ନର ଭାରତ ଗଠନ ହୋଇପାରି ନାହିଁ ବୋଲି ଅଭିଯୋଗ କରିଥିଲେ । ଭୋକ, ଭୟ ଓ ଭ୍ରଷ୍ଟାଚାର ସ୍ୱାଧୀନତାର ସାତ ଦଶନ୍ଦି ପରେ ମଧ୍ୟ ଦେଶରେ ନିଜର କାୟା ବିସ୍ତାର କରିଚାଲିଛି । ପୁଞ୍ଜିବାଦୀ ବ୍ୟବସ୍ଥା ଆଧାରରେ କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଫଳରେ ଜନଗଣଙ୍କ ସମସ୍ୟା ବଢ଼ିବାରେ ଲାଗିଛି ।ଜନଗଣଙ୍କ ଯନ୍ତ୍ରଣାର ମୁକ୍ତି ପାଇଁ ନେତାଜୀଙ୍କ ଆଦର୍ଶରେ ସଂଗ୍ରାମ ଜାରି ରଖିବାକୁ ଶ୍ରୀ ମହାପାତ୍ର ଉପସ୍ଥିତ ସାଥିମାନଙ୍କୁ ଆହ୍ୱାନ କରିଥିଲେ। ଅନ୍ୟପଟରେ ନେତାଜୀଙ୍କ ଜନ୍ମଭୂଇଁ ଓଡ଼ିଶାରେ ନେତାଜୀଙ୍କ ପ୍ରତି ବାରମ୍ବାର ଅସମ୍ମାନ କରାଯାଉଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହ ଭୁବନେଶ୍ୱର କୋର୍ଟ ସଂମ୍ମୁଖରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବହୁ ପୁରାତନ ପ୍ରତିମୂର୍ତିକୁ ସରକାର ଭାଙ୍ଗି ଅଳିଆ ଗଦାରେ ପକେଇ ଦେଲା ଭଳି ଅବସ୍ଥା ସୃଷ୍ଟି କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଫରୱାର୍ଡ଼ ବ୍ଲକର ସାଧାରଣ ସମ୍ପାଦିକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା