ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିର
ଖୋର୍ଦ୍ଧା, ୨୨ ଜୁନ୍ (ହି.ସ.)- ବୋଲଗଡ଼ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରରେ ବିଧାୟକ, ବେଗୁନିଆ, ପ୍ରଦୀପ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତ
ଅଭିଯୋଗ


ଖୋର୍ଦ୍ଧା, ୨୨ ଜୁନ୍ (ହି.ସ.)- ବୋଲଗଡ଼ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରରେ ବିଧାୟକ, ବେଗୁନିଆ, ପ୍ରଦୀପ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ,ଉପଜିଲ୍ଲାପାଳ, ଖୋର୍ଦ୍ଧା ସଂକଳ୍ପ ସ୍ଵସ୍ତିକ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର, ବୋଲଗଡ଼ ପ୍ରମୁଖ ଆଜିର ଏହି ପ୍ରଶାସନିକ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଶିବିରକୁ ମୋଟ ୫୮ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୩୭ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୧ଟି ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଅଭିଯୋଗ ଶିବିରରେ ୭ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ l ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପିଙ୍କି ସୁବୁଦ୍ଧି, କଅଁପୁର, ଖମ୍ବୁରିଆ, ବୋଲଗଡଙ୍କୁ ୧୫ ହଜାର, କୁମୁଦିନୀ ମହାନ୍ତି, ହଲଦିପଦା, ସାଗର ବୁହା, ବୋଲଗଡଙ୍କୁ ୧୦ ହଜାର, ହରିବନ୍ଧୁ ନାୟକ, ସାଗର ବୁହା,ବୋଲଗଡ ଙ୍କୁ ୧୦ ହଜାର ସହାୟତା ରାଶି ପ୍ରଦାନ କରିଥିଲେ l

ସେହିପରି ବୋହିତା ଦେଇ, ଟାଙ୍ଗୀ ସାହି, ଖାଷିଓଦା, ବୋଲଗଡଙ୍କୁ ୨୦ ହଜାର, ଦିଲ୍ଲୀପ ସାମନ୍ତରାୟ, ରାଶୋଳ, ସାନପଦର, ବୋଲଗଡଙ୍କୁ ୧୫ ହଜାର, ବନିତା ପାଲଟା ସିଂହ, ଅପାସିଆ, ବାବାରଦୁଲା ପାଟଣା, ବୋଲଗଡ ଙ୍କୁ ୨୦ ହଜାର ଏବଂ କୁଞ୍ଜ ବିହାରୀ ସୁବୁଦ୍ଧି, ଗୋଡ଼ାପାଟଣା, ସାଗର ବୁହା, ବୋଲ ଗଡଙ୍କୁ ୧୫ ହଜାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରିଥିଲେ l

ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ପଂଚାୟତ ପ୍ରତିନିଧି,ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande